ଏଣିକି ଦରମା ପାଇଁ ଆପଣଙ୍କୁ ସୋମବାର ଯାଏଁ କରିବାକୁ ପଡିବନି ଅପେକ୍ଷା । ୱିକେଣ୍ଡରେ ମଧ୍ୟ ଆସିବ ସାଲାରୀ ।

3,284

କନକ ବ୍ୟୁରୋ : କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର । ସପ୍ତାହର ଶେଷ ଦିନରେ ବି ଆସିବ ସାଲାରୀ । ଏବେ ଆଉ ଆପଣଙ୍କ ଦରମା ପାଇଁ ଆପଣଙ୍କୁ ଶନିବାର ଏବଂ ରବିବାର ଅର୍ଥାତ ସପ୍ତାହ ଶେଷ ହେବାର ଅପେକ୍ଷା କରିବାକୁ ପଡିବ ନାହିଁ । ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ ବା ଏନଏସିଏଚ୍ ନିୟମରେ ପରିବର୍ତନ କରିଛି ଆରବିଆଇ । ଏହି ସୁବିଧା ଆସନ୍ତା ଅଗଷ୍ଟ ମାସ ୧ ତାରିଖରୁ ସପ୍ତାହର ସାତ ଦିନ ଉପଲବ୍ଧ ହେବ । ବର୍ତମାନ ଏହି ସୁବିଧା ଆପଣଙ୍କୁ ସେତେବେଳେ ମିଳୁଥିଲା, ଯେତେବେଳେ କି ବ୍ୟାଙ୍କ ଗୁଡିକ ଖୋଲା ରହୁଥିଲା । ସାଧାରତଣଃ ସୋମବାରରୁ ଶୁକ୍ରବାର ମଧ୍ୟରେ ହିଁ ଏନଏସିଏଚର ସୁବିଧା ମିଳୁଥିଲା ।

ତେବେ ଅନେକ ଥର ଏମିତି ହୋଇଥାଏ, ମାସର ପ୍ରଥମ ତାରିଖ, ୱିକେଣ୍ଡ ଅର୍ଥାତ ସପ୍ତାହର ଶେଷ ଦିନରେ ପଡିଥାଏ । ଯେଉଁଥିପାଇଁ ଆପଣଙ୍କ ଆକାଉଂଟରେ ସାଲାରୀ ଆସିବାକୁ ଆପଣଙ୍କୁ ସୋମବାର ଯାଏଁ ଅପେକ୍ଷା କରିବାକୁ ପଡିଥାଏ । ତେବେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି କ୍ରେଡିଟ୍ ପଲିସି ସମୀକ୍ଷା ସମୟରେ ଘୋଷଣା କରିଛନ୍ତି ଯେ, ଗ୍ରାହକଙ୍କ ସୁବିଧାକୁ ଆହୁରି ବଢାଇବା ପାଇଁ ଏନଏସିଏଚକୁ ସପ୍ତାହର ସବୁଦିନ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏବଂ ଆସନ୍ତୁ ଜାଣିବା କଣ ଏହି ଏନଏସିଏଚ ।

ଏନଏସିଏଚ ହେଉଛି ଏକ ବଲ୍କ ପେମେଂଟ ସିଷ୍ଟମ, ଯାହାକୁ ନ୍ୟାସନାଲ୍ ପେମେଂଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ପରିଚାଳିତ କରିଥାଏ । ଯେକୌଣସି ପ୍ରକାରର କ୍ରେଡିଟ୍ ଟ୍ରାନ୍ସଫର୍ ଯେପରିକି, ଡିଭିଡେଣ୍ଡ, ସୁଧ, ଦରମା ଏବଂ ପେନସନର ସୁବିଧା ଦେଇଥାଏ । ଏହା ବ୍ୟତୀତ ବିଦ୍ୟୁତ ବିଲର ପେମେଂଟ, ଗ୍ୟାସ, ଟେଲିଫୋନ୍, ପାଣି, ଲୋନର ଇଏମଆଇ, ମ୍ୟୁଚୁଆଲ୍ ଫଣ୍ଡ ନିବେଶ ଏବଂ ବୀମା ପ୍ରିମିୟମ୍ ଦେୟ ପ୍ରଦାନର ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଅର୍ଥାତ ଆପଣଙ୍କୁ ଏବେ ଏହି ସମସ୍ତ ସୁବିଧା ପାଇବା ପାଇଁ ସୋମବାରରୁ ଶୁକ୍ରବାର, କେବଳ ଏହି ଦିନ ଗୁଡିକୁ ଅପେକ୍ଷା କରିବାକୁ ପଡିବ ନାହିଁ । ଏହି ସବୁ କାମ ସପ୍ତାହର ଶେଷ ଦିନ ତଥା ଶନିବାର ଏବଂ ରବିବାର ମଧ୍ୟ ହୋଇପାରିବ ।

ଆରବିଆଇ ପକ୍ଷରୁ କୁହାଯାଇଛି, ହିତାଧିକାରୀଙ୍କ ପାଇଁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅର୍ଥାତ ଡିବିଟିର ଏକ ଲୋକପ୍ରିୟ ଏବଂ ପ୍ରମୁଖ ଡିଜିଟାଲ୍ ମୋଡ୍ ଭାବରେ ଏନଏସିଏଚ୍ ଉଭା ହୋଇଛି । ଯାହାକି କୋଭିଡ୍-୧୯ ମହାମାରୀ ସମୟରେ ଉଚିତ ସମୟରେ ଲୋକଙ୍କ ପାଖରେ ସରକାରୀ ସବସିଡି ପହଂଚିବାରେ ସାହାଯ୍ୟ କରିଥାଏ ।