କନକ ବ୍ୟୁରୋ : ଭାରତୀୟ ରେଳ ବିଭାଗ ରେଳ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ନୁଆ ନିୟମ ଆଣିଛନ୍ତି । ଯେଉଁଠି ଯାତ୍ରା କରୁଥିବା ପ୍ରତେକ ଲୋକମାନଙ୍କ ପାଇଁ ଏହି ସବୁ ନିୟମ ସୁବିଧା ଆଣିବ ।

Advertisment

ଭାରତ ବର୍ଷରେ ଅଧିକାଂଶ ଲୋକ ରେଳରେ ଯିବା ଆସିବା ପାଇଁ ପସନ୍ଦ କରନ୍ତି । କାରଣ ବସ୍ ଓ ବିମାନ ବ୍ୟତୀତ ଏହି ଯାତ୍ରା ଶସ୍ତାରେ ଉପଲବ୍ଧ ହୋଇଥାଏ । ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମର ପରିବର୍ତ୍ତନ କରିଥାଏ । ଏହି କ୍ରମରେ ରେଳବାଇ ଏମିତି ଏକ ନିୟମ ଆଣିଛି ଯାହା ଯାତ୍ରୀଙ୍କୁ ଅନେକ ସହାୟତା ପ୍ରଦାନ କରିବ  ।

ରେଳବାଇ ରେ ବହୁତ କିଛି ସୁବିଧା ଅଛି ଯାହା ବିଷୟରେ ଆପଣ ମାନେ ହୁଏତ ଜାଣି ନଥିବେ । ପ୍ରତ୍ୟକ ବ୍ୟକ୍ତି ଜାଣିଛନ୍ତି କି ଟ୍ରେନରେ ଯିବା ଆସିବା କରିବା ପାଇଁ ଟ୍ରାଭେଲ ଟିକେଟ ଦରକାର ହୋଇଥାଏ କିନ୍ତୁ ଏବେ ଆପଣମାନେ ବିନା ଟିକେଟ ରେ ଟ୍ରେନରେ ଯାତ୍ରା କରିପାରିବେ ଏବଂ ସେଥିପାଇଁ ଆପଣଙ୍କୁ ପ୍ଲାଟଫର୍ମ ଟିକେଟର ଆବଶ୍ୟକତା ପଡିପାରେ । ରେଳ ନିୟମ ଅନୁସାରେ ଯଦି ଆପଣ ଟ୍ରେନରେ ଆଗୁଆ ରିଜର୍ଭେସନ୍ କରିନାହାନ୍ତି କିନ୍ତୁ ଆପଣଙ୍କୁ ଟ୍ରେନରେ ଯିବାକୁ ଅଛି ତାହାଲେ ପ୍ଲାଟଫର୍ମ ଟିକେଟ ନେଇକି ବି ଆପଣମାନେ ଟ୍ରେନରେ ଚଢିପାରିବେ । ପରେ ଟିଟି ଠାରୁ ନୂଆ ଟିକେଟ ନେଇପାରିବେ । ଏହି ସବୁ ନିୟମ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ହୋଇଛି ।

ପ୍ରଥମେ ଆପଣଙ୍କୁ ପ୍ଲାଟଫର୍ମ ଟିକେଟ ଟିଟିକୁ ଦେବା ପାଇଁ ପଡିବ ଟିକଟେ ଦେବା ପରେ ସେ ଆପଣଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଟିଟି ଆପଣଙ୍କୁ ନୂଆ ଟିକେଟ ଦେବ । କିନ୍ତୁ ଟିଟି ଠାରୁ ଟିକେଟ ବନାଇବା ସମୟରେ ଆପନଙ୍କୁ ସେହି ଷ୍ଟେସନରୁ ଭଡା ଦେବା ପାଇଁ ପଡିବ ଯେଉଁଠାରୁ ଆପଣ ପ୍ଲାଟଫର୍ମ ଟିକେଟ ନେଇଛନ୍ତି । ଏହା ସହିତ ଆପଣ ଯେଉଁ ଶ୍ରେଣୀରେ ଯାଉଛନ୍ତି ସେହି ଶ୍ରେଣୀର ଭଡା ଦେବା ପାଇଁ ପଡିବ । କିନ୍ତୁ ଆପଣଙ୍କୁ ନିଜର ଆକାଉଣ୍ଟରୁ ନିଆଯାଇଥିବା ଟ୍ରାଭେଲ ଟିକେଟ ନିଜ ସହ ନେବା ପାଇଁ ପଡିବ । ଯଦି ଆପଣ ଟିକେଟକୁ ମୋବାଇଲରେ ଫୋଟ ଉଠାଇ ଯାତ୍ରା କରନ୍ତି ତେବେ ଏହା ବୈଧତା ହେବ ନାହିଁ । ଯଦି ନିଜପାଖରେ କାଉଣ୍ଟର ରୁ ନିଆଯାଇଥିବା ଟିକେଟ ନାହିଁ ତାହାଲେ ଆପଣଙ୍କୁ କିଛୁ ସର୍ତ ପୁରଣ କରିବା ପାଇଁ ପଡିବ ଏବଂ ସର୍ତକୁ ପୁରଣ କରିବା ପରେ ଟ୍ରେନ ରେ ଯିବା ପାଇଁ ଆପଣଙ୍କୁ ଅନୁମତି ମିଳିବ । ସର୍ବପ୍ରଥମେ ଟିଟିର ସାମ୍ନାରେ ନିଜକୁ ସାବ୍ୟସ୍ତ କରିବା ପାଇଁ ପଡିବ କି ଆପଣ ସେହି ବ୍ୟକ୍ତି ଯିଏ ଟିକେଟ କିଣିଛନ୍ତି । ଯଦି ଟିଟି ଆପଣଙ୍କ ପ୍ରମାଣରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଆପଣ ଟିଟିଙ୍କୁ ନିକଟରେ ଜରିମାନା ଭରିବେ ।