ଆଉ ଦୌଡିବାକୁ ପଡିବନି ଆରଟିଓ… ଏଣିକି ଘରେ ବସି ଆପଣ ନିଜେ କାଢିପାରିବେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ । ଜାଣନ୍ତୁ ପୂରା ପ୍ରକ୍ରିୟା…

1,147

କନକ ବ୍ୟୁରୋ : ଲାଇସେନ୍ସ ପାଇଁ ଆଉ କାଟିବାକୁ ପଡିବନି ଆରଟିଓର ଚକ୍କର । ଏଣିକି ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ । ଏଣିକି ଆପଣ ନିଜେ କାଢିପାରିବେ ନିଜର ଲର୍ଣ୍ଣିଂ ଲାଇସେନ୍ସ । ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ବାରମ୍ବାର ଆରଟିଓର ଚକ୍କର କାଟିବାକୁ ପଡିବନି । ନୂଆ ଆର୍ଥିକ ବର୍ଷରେ ପରିବହନ ବିଭାଗ ଅନେକ ପରିବର୍ତନ କରିବାକୁ ଯାଉଛି । ଏହି ପରିବର୍ତନରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅନଲାଇନ୍ ସର୍ଭିସ ଉପରେ ଅଧିକ ଫୋକସ କରାଯାଇଛି ।

ସୂଚନା ଅନୁଯାୟୀ, ନୂଆ ଲାଇସେନ୍ସ ଏବଂ ପୁରୁଣା ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ସେବା ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହେବ । ଲର୍ଣ୍ଣିଂ ଲାଇସେନ୍ସ ଆଧାର ନମ୍ବର ସହ ସଂଯୁକ୍ତ ହୋଇଛି । ଆଧାର କାର୍ଡ ମାଧ୍ୟମରେ ଲାଇସେନ୍ସ ଦିଆଯିବ ପ୍ରକ୍ରିୟା ପୂରା କରାଯିବ । ତେବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୬୦ ପ୍ରତିଶତ ପ୍ରଶ୍ନର ସଠିକ ଉତର ଦେବା ଦ୍ୱାରା ଲାଇସେନ୍ସ ଆପେ ଆପେ ଜେନେରେଟ୍ ହୋଇଯିବ । ତେବେ ଆସନ୍ତୁ ଜାଣିବା ପୂରା ପ୍ରକ୍ରିୟା ।

ଯଦି ଆପଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ପରିବହନ ବିଭାଗର ୱେବସାଇଟକୁ ଯାଆନ୍ତୁ । ଏହା ପରେ ଆପଣ ଅନଲାଇନ୍ ସର୍ଭିସ ଅନ୍ତର୍ଗତ ଡ୍ରାଇଭିଙ୍ଗ ଲାଇସେନ୍ସର ଚୟନ କରନ୍ତୁ । ଏଥିରେ ସାରଥୀ ସର୍ଭିସ ପୋର୍ଟାଲର ହୋମ୍ ପେଜକୁ ଯାଆନ୍ତୁ । ଏହା ପରେ ଲର୍ଣ୍ଣିଂ ଲାଇସେନ୍ସକୁ ଚୟନ କରନ୍ତୁ । ଆଧାର ନମ୍ବର ଦେବା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଆଉ ଓଟିପି ଏଂଟର କରିବା ପରେ ଆପଣଙ୍କୁ ଆପଣଙ୍କର ସବିଶେଷ ସୂଚନା ଦେବାକୁ ହେବ । ତେବେ ଏହି ପ୍ରକ୍ରିୟା ଦ୍ୱାରା ଆପଣ ଘରେ ବସି ପାଇପାରିବେ ଆପଣଙ୍କ ଲର୍ଣ୍ଣିଂ ଲାଇସେନ୍ସ ।