କନକ ବ୍ୟୁରୋ : ଗୋଟିଏ କ୍ଲିକରେ କୋଭିଡ୍ ରିପୋର୍ଟ । ମୋବାଇଲରେ ଡାଉନଲୋଡ୍ କରି ପାରିବେ କୋଭିଡ୍ ରିପୋର୍ଟ । ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ଲାଗୁ ହେଲା ସେବା । ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାବେଳେ କରୋନା ଟେଷ୍ଟ ରିପୋର୍ଟ ପାଇବାକୁ ଲୋକ ହଇରାଣ ହେବାକୁ ପଡୁଥିଲା । ଏବେ ଏହି ରିପୋର୍ଟ ପାଇବାକୁ ଟେଷ୍ଟ ସେଂଟର ଧାଇଁବାକୁ ପଡିବ ନାହିଁ ।
ଅନୁଗୁଳ ଜିଲ୍ଲା ପ୍ରଶାସନ ଏବେ ଏକ ନୂତନ କୌଶଳ ଆରମ୍ଭ ହୋଇଛି । ଏବେ ସାଧାରଣ ଲୋକ ନିଜେ ନିଜର ଟେଷ୍ଟ ରିପୋର୍ଟ ମୋବାଇଲ କିମ୍ବା କମ୍ପ୍ୟୁଟର ଜରିଆରେ ଡାଉନଲୋଡ୍ କରି ପାରିବେ । ଯେଉଁ ଲୋକ ୧୬ ତାରିଖ ପରେ ନିଜର ସ୍ୱାବ ନମୁନା ଦେଇଥିବେ ସେମାନେ ଏହି ରିପୋର୍ଟ ଡାଉନଲୋଡ କରିପାରିବେ । କେବଳ ଅନୁଗୁଳ ଜିଲ୍ଲା ପାଇଁ ଏହି ସୁିବଧା ଉପଲବ୍ଧ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/13-9.jpg)