କନକ ବ୍ୟୁରୋ : ଏଣିକି ଘରେ ବସି ଦେଇପାରିବେ ଭୋଟ୍ । ଘରେ ପହଁଚି ଭୋଟ୍ ସଂଗ୍ରହ କରିବେ ପୋଲିଂ ଅଧିକାରୀ । ୮୫ ବର୍ଷରୁ ଉଦ୍ଧ୍ୱର୍ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ଖୋର୍ଦ୍ଧା ପ୍ରଶାସନ । ୨୫ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଖୋର୍ଦ୍ଧା ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୭୦୪ ଜଣ ଭୋଟର ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଉର୍ଦ୍ଧ ଏବଂ ୪୮୬ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ପୋଲିଂ ଅଧିକାରୀ ସେମାନଙ୍କ ଘରେ ପହଁଚି ଭୋଟିଂ କରାଉଛନ୍ତି । ପୂର୍ବରୁ ଘରେ ରହି ଭୋଟ୍ ଦେବାକୁ ସେମାନଙ୍କ ସ୍ୱୀକୃତି ଗ୍ରହଣ କରାଯାଇଥିଲା । ଏହି କ୍ରମରେ ସମାଜସେବୀ ଡକ୍ଟର ସ୍ମୃତି ମହାପାତ୍ରଙ୍କ ଘରେ ପହଁଚି ତାଙ୍କ ଭୋଟ୍ ସଂଗ୍ରହ କରିଛନ୍ତି ପୋଲିଂ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/05/vlcsnap-2024-05-16-11h44m34s382.png)