ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ! ଏଣିକି ଇ-ୱାଲେଟ ଜରିଆରେ ତୁରନ୍ତ ବୁକିଂ କରି ପାରିବେ ଟିକେଟ ।

35

ଅନେକ ସମୟରେ ରେଳଯାତ୍ରୀମାନେ ଟିକେଟ ବୁକିଂ ନେଇ ସମସ୍ୟାରେ ପଡିଥାନ୍ତି । ହେଲେ ଏବେ ଆପଣଙ୍କୁ ଆଉ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । କାରଣ ତୁରନ୍ତ ଟିକେଟ ବୁକିଂ କରିବା ପାଇଁ ଆଇଆରସିଟିସି ଆରମ୍ଭ କରିଛି ଇ-ୱାଲେଟ ସେବା । ।  ଏହି ଇ-ୱାଲେଟ ସେବାର ନାଁ “ଆଇଆରଟିସି ରେଲ୍ କନେକ୍ଟ” ରଖାଯାଇଛି । ଏଥିରେ ଆପଣ ତୁରନ୍ତ ଟିକେଟ ବୁକିଂ ସହିତ ସହଜ ଓ ସୁରକ୍ଷିତ ଉପାୟରେ ଟଙ୍କା ପୈଠ ମଧ୍ୟ କରିପାରିବେ । ଏହି ଇ-ୱାଲେଟକୁ ଆପଣ ପେ-ଟିଏମ ଓ ପ୍ରି-ରିଚାର୍ଜ ଇ-ୱାଲେଟ୍ ଭଳି ବ୍ୟବହାର କରିପାରିବେ । ପ୍ରଥମଥର ପାଇଁ ଏହି ଇ-ୱାଲେଟ ରେଳଟିକେଟ ବୁକିଂ ସେବାରେ ଆରମ୍ଭ କରାଯାଇଛି । ଯେଉଁଥିରେ ରେଳଯାତ୍ରୀମାନେ ପୂର୍ବରୁ ଇ-ୱାଲେଟରେ ଟଙ୍କା ଜମାରଖିବା ପାଇଁ ସୁବିଧା ମଧ୍ୟ ରଖାଯାଇଛି । ଏହି ଇ-ୱାଲେଟରେ ଆପଣ ସର୍ବାଧିକ ୧୦ହଜାର ଟଙ୍କା ପୈଠ କରିପାରିବେ । ଆହୁରି ମଧ୍ୟ ଏହି ଇ-ୱାଲେଟ୍ ସେବା ଅନ-ଲାଇନ ହୋଇଥିବାରୁ ରେଳଯାତ୍ରୀମାନେ ଏହାକୁ ଟପ-ଅପ ରିଚାର୍ଜ ମଧ୍ୟ କରିପାରିବେ । ଯାହାଦ୍ୱାରା ଆପଣ ବ୍ୟାଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ । ଏମିତି କି ଆପଣଙ୍କ ବ୍ୟାଙ୍କ ଅଫଲାଇନ୍ ହୋଇଗଲେ ମଧ୍ୟ ଆପଣ ଟିକେଟ୍ ବୁକିଂ କରି ପାରିବେ ।

ଆଇଆରସିଟିସି ଏବଂ ପେ-ୟୁ ମଧ୍ୟରେ ଚୁକ୍ତି :

ଏହି ଇ-ୱାଲେଟ୍ ସେବାକୁ ସରଳ ଏବଂ ସହଜ କରିବା ଉଦ୍ଦେଶ୍ୟରେ ଦେଶର ପ୍ରମୁଖ ଗେଟୱେ ପ୍ରଦାନକାରୀ ପେ-ୟୁ ସହିତ ଆଇଆରଟିସିର ଚୁକ୍ତି ହୋଇଛି । ଆଇଆରସିଟିସି ଅଫିସିଆଲ୍ ୱେବସାଇଟରେ ଏହି ସେବାକୁ ଆରମ୍ଭ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି ।  ପେ-ୟୁ କମ୍ପାନୀ କହିବା ମୁତାବକ ବର୍ତ୍ତମାନ ପେ-ୟୁ ଏମ-ପି-ଏସ (ମଲ୍ଟିପୁଲ୍ ପେମେଣ୍ଟ ସର୍ଭିସ ସେବା ଅନ୍ତର୍ଗତ ସୁରକ୍ଷିତ ପୈଠ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ରଖାଯାଇଛି ।

ଏହି ଇ-ୱାଲେଟର ୨ଟି ବିଶେଷତ୍ୱ

୧. ଏହି ଇ-ୱାଲେଟରେ ପୂର୍ବରୁ ଆପଣ ଟଙ୍କା ଜମା କରିବା ପାଇଁ ବିକଳ୍ପ ବ୍ୟବସ୍ଥା ପାଇବେ ।

୨. ତତ୍କାଳ ଟିକେଟ୍ ବୁକିଂ ସେବା କରିପାରିବେ ।