ଏଥର ରବିବାରରେ ବି ଟିକା : ଜାଣନ୍ତୁ କେଉଁ କେଉଁ ଟିକାକେନ୍ଦ୍ରରେ ଟିକା ଦିଆଯିବ ?

281

କନକ ବ୍ୟୁରୋ : ଟିକାକରଣରେ କେଉଁ ଯୋଗ୍ୟ ବ୍ୟକ୍ତିଙ୍କୁ ଛାଡ଼ି ନଯିବା ଲକ୍ଷ୍ୟରେ ବିଏମ୍‌ସି ଆଉ ପାଦେ ଆଗକୁ ଯାଇଛି । ଆସନ୍ତାକାଲିଠୁ ପ୍ରତ୍ୟେକ ରବିବାର ମଧ୍ୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଟିକାଦାନ କେନ୍ଦ୍ର ଚିହ୍ନଟ କରାଯାଇଛି । ସମ୍ପୃକ୍ତ ଟିକାଦାନ କେନ୍ଦ୍ରରେ ଯୋଗ୍ୟ ବ୍ୟକ୍ତିମାନେ ଟିକା ନେବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

କ୍ୟାପିଟାଲ ହସ୍‌ପିଟାଲ, ବିଏମ୍‌ସି ହସ୍‌ପିଟାଲ ଓ ଏମ୍ସ ସମେତ ୟୁନିଟ୍‌-୪, ପଟିଆ, ଡୁମୁଡ଼ୁମା, ପୋଖରୀପୁଟ୍‌, ବରମୁଣ୍ଡା, ୟୁନିଟ୍‌-୮, ୟୁନିଟ୍‌-୯, ଆଇଆରସି ଭିଲେଜ୍‌, ନହରକଣ୍ଟା, ଘାଟିକିଆ, ଝାରପଡ଼ା, ସହିଦନଗର, ଗାଡ଼କଣ, ନୀଳାଦ୍ରିବିହାର, ବ୍ରହ୍ମେଶ୍ୱରପାଟଣା, ସତ୍ୟନଗର, କଳ୍ପନା, ୟୁନିଟ୍‌-୩, କପିଳପ୍ରସାଦ, ରସୁଲଗଡ଼, ସାମନ୍ତପୁରୀ, ଶିଖରଚଣ୍ଡୀ, ଚନ୍ଦ୍ରଶେଖରପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ । ସାଙ୍ଗରେ ପରିଚୟପତ୍ର ଧରି କେନ୍ଦ୍ରରେ ପହଞ୍ଚିବା ପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଅନେକ ଦିନରୁ ପୂରଣ ହୋଇସାରିଛି । ଭୁବନେଶ୍ୱରକୁ ପ୍ରତ୍ୟେକ ଦିନ ବାହାରୁ ଲୋକ ଆସି ଟିକା ନେଉଥିବାରୁ ବିଏମ୍‌ସି ଏଭଳି ବ୍ୟବସ୍ଥା କରିଛି ।