ବହି ପଢିବା ପାଇଁ ଆଉ ଅର୍ଥ ସାଜିବନି ବାଧକ ! ଏଣିକି ଘରେ ବସି ମାଗଣାରେ ପଢିପାରିବେ ୨୨୫ କୋଟିରୁ ଅଧିକ ବହି ।

404

ଯଦି ଆପଣ ବହି ପଢିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କୁ ଆଉ ଲାଇବ୍ରେରୀ ଦୌଡିବାକୁ ପଡିବ ନାହିଁ । ଦେଶବିଦେଶ ସହ ଯୋଡି ହୋଇଥିବା ୨୨୫ କୋଟିରୁ ଅଧିକ ବହି ଏବେ ଆପଣ ଘରେ ବସି ଅନଲାଇନରେ ପଢିପାରିବେ । ଏବଂ ଏଥିପାଇଁ ଆପଣଙ୍କୁ କୌଣସି ଅର୍ଥ ଦେବାକୁ ପଡିବନାହିଁ । ‘ପଢେ ଭାରତ ଅର ବଢେ ଭାରତ’ ଯୋଜନାକୁ ପ୍ରସାରିତ କରିବା ପାଇଁ ସରକାର ଲୋକମାନଙ୍କୁ ବହି ସହ ଯୋଡି ରଖିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛନ୍ତି ।

ଅନଲାଇନ କରାଯାଇଥିବା ସମସ୍ତ ବହି ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ପୋର୍ଟାଲରେ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ଏଥିପାଇଁ କେବଳ ଏମଡିଏଲ.ଆଇଆଇଟିକେଜିପି.ଏସି.ଇନ ରେ ଆପଣଙ୍କୁ ଲଗଇନ କରିବାକୁ ପଡିବ । ଏବଂ ଏହା ପରେ ବହିଗୁଡିକୁ ଅତି ସହଜରେ ଖୋଜାଯାଇପାରିବ । ବହିଗୁଡିକୁ କେବଳ ବହିର ନାଁ କିମ୍ବା ଲେଖକଙ୍କ ନାମ ଅନୁଯାୟୀ ଖୋଜାଯାଇପାରିବ । ତେବେ ଏପର୍ଯ୍ୟନ୍ତ ଏହି ସୁବିଧା କେବଳ ଛାତ୍ରମାନଙ୍କ ପାଇଁ ହିଁ ଉପଲବ୍ଧ ହୋଇଥିଲା । ମାନବ ସଂସାଧନ ବିକାଶ ମନ୍ତ୍ରାଳୟ ଅନୁଯାୟୀ, ବହିଗୁଡିକୁ ଡିଜିଟାଲାଇଜେସନ କରାଯିବା ପ୍ରକ୍ରିୟା ଗତ ଦେଢ ବର୍ଷ ପୂର୍ବରୁ ଚାଲିଥିଲା । ଯାହାର ପରିଣାମ ଏବେ ସାମ୍ନାକୁ ଆସିଛି । କିନ୍ତୁ ଏହି କାମ ଏବେବି ଜାରି ରହିଛି ।

କେବଳ ବହି ନୁହେଁ ଏହା ସହ ରିସର୍ଚ୍ଚ ପେପରକୁ ମଧ୍ୟ ଡିଜିଟାଲ କ୍ଷେତ୍ରରେ ସାମିଲ କରାଯିବା ନେଇ ପ୍ରୟାସ ଜାରି ରହିଛି । ମନ୍ତ୍ରାଳୟର କହିବା କଥା ଏପରି ହେଲେ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଛାତ୍ରମାନେ ଅନେକ ଉପକୃତ ହୋଇପାରିବେ । ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ଅନଲାଇନ କରାଯାଇଥିବା ଏହି ବହିଗୁଡିକ ମଧ୍ୟରେ ସାହିତ୍ୟ, ବିଜ୍ଞାନ, ଚିକିତ୍ସା, ଆୟୁର୍ବେଦ, ଦର୍ଶନ, ସଂସ୍କୃତି, ଇତିହାସ ସମେତ ପାଖାପାଖି ସମସ୍ତ କ୍ଷେତ୍ର ସହ ଯୋଡି ହୋଇଥିବା ବହି ଏଥିରେ ସାମିଲ ଅଛି । ଏଥିରେ ଅନେକ ସଂଖ୍ୟାରେ ପୁରୁମା ବହୁ ଉପଲବ୍ଧ ରହିଛି । ଏହି ସବୁ ବହିଗୁଡିକୁ ସ୍କାନ କରାଯାଇ ଡିଜିଟାଲ ବହିର ସ୍ୱରୂପ ଦିଆଯାଇଛି ।