ଏଣିକି ଗୋଟିଏ କ୍ଲିକରେ ଜାଣିପାରିବେ ପାଣିପାଗ ସୂଚନା ! ତାପମାତ୍ରାକୁ ନେଇ ମୋବାଇଲକୁ ଆସିବ ତଥ୍ୟ ।

ଏଣିକି ଗୋଟିଏ କ୍ଲିକରେ ଜାଣିପାରିବେ ପାଣିପାଗ ସୂଚନା ! ତାପମାତ୍ରାକୁ ନେଇ ମୋବାଇଲକୁ ଆସିବ ତଥ୍ୟ ।

image courtesy - www.deccanchronicle.com

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଲୋକମାନଙ୍କୁ ଖରାପ ପାଣିପାଗ ନେଇ ସତର୍କ ସୂଚନା ପଠାଇବା ପାଇଁ ଭାରତ ସଞ୍ଚାର ନିଗର ଲିମିଟେଡ୍ (ବିଏସଏନଏଲ୍) ସହିତ ହାତ ମିଳାଇଛି ବୋଲି କେନ୍ଦ୍ର ମନ୍ତ୍ରୀମଣ୍ଡଳର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

publive-image

ସାଧାରଣ ଲୋକଙ୍କ ପାଖରେ କିଭଳି ପାଣିପାଗର ସୂଚନା ପହଞ୍ଚି ପାରିବ ସେନେଇ ଯୋଜନା ଆରମ୍ଭ କରି ଦିଆଯାଇଛି। ଯଦି ପାଣିପାଗ ବିଭାଗ ଯେମିତି ଝଡ଼, ତୋଫାନ୍, କାଳବୈଶାଖୀ ଆଦି କୌଣସି ସୂଚନା ପଠାଏ ତେବେ ତାହାକୁ ଦିଲ୍ଲୀର ବିଏସଏନଏଲର ସମସ୍ତ ନମ୍ବରକୁ ପଠାଇ ଦିଆଯିବ।
ଆର୍ଥ ସାଇନ୍ସ୍ ଅଫିସିଆଲ ମିନିଷ୍ଟ୍ରି ଏମ୍.ରାଜିବନ କହିଛନ୍ତି, ପାଣିପାଗ ଯଦି ବେଶି ଖରାପ ହେଲା ତେବେ ଏସମ୍ପର୍କରେ ବିଏସଏନଏଲ୍ ଉପଭୋକ୍ତାଙ୍କ ଫୋନକୁ ସୂଚନା ପଠାଇ ଦିଆଯିବ। ଏହି ସୂଚନା ସେତେବେଳେ ବି ଉପଭୋକ୍ତାଙ୍କ ନମ୍ବରକୁ ଆସିବ ଯେତେବେଳେ ସେମାନେ ବିଶେଷ ଟେଲିକମ୍ ସର୍କଲରେ ନଥିବେ। ଉଦାହରଣ ସ୍ୱରୂପ, ଯଦି ବିଏସଏନଏଲର କୌଣସି ଉପଭୋକ୍ତା ପୁଣେରୁ ଦିଲ୍ଲୀ ଆସିଛି। ସେହି ସମୟରେ ଖରାପ ନେଇ ପାଣିପାଗ ପୂର୍ବାନୁମାନ କରିଛି। ସେତେବେଳେ ବି ବିଏସଏନଏଲ୍ ଉପଭୋକ୍ତାଙ୍କୁ ସୂଚନା ମିଳିପାରିବ। ତେବେ ଏହାକୁ ଏକ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଉଛି। ସଫଳ ହେଲେ ଏହି ଯୋଜନାକୁ ଅନ୍ୟ ପାଣିପାଗ ବିଭାଗ ସହିତ ବି ସଂଯୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe