ଏଣିକି ଗୁଗୁଲ ଆସିଷ୍ଟାଣ୍ଟ ଆପଣଙ୍କୁ କିଣି ଦେବ ଫିଲ୍ମ ଟିକେଟ ! ଭଏସ ସର୍ଚ୍ଚ ପେଜରେ ଆପଣଙ୍କୁ କେବଳ ଏତିକି କହିବାକୁ ପଡିବ ।

24

ଗୁଗୁଲ ଆସିଷ୍ଟାଣ୍ଟ ଜରିଆରେ ଏବେ ଫିଲ୍ମ ଟିକେଟ କିଣିବା ଅତ୍ୟନ୍ତ ସହଜ ହୋଇଯାଇଛି । ଏଥି ପାଇଁ ଗୁଗୁଲ ଆମେରିକୀୟ ଟିକଟିଙ୍ଗ କମ୍ପାନୀ ଫଣ୍ଡାଙ୍ଗୋ ସହ ପାର୍ଟନରସିପ କରିଛି । ଏହି ପାର୍ଟନରସିପ ପରେ ବ୍ୟବହାରକାରୀମାନେ ଭଏସ କମାଣ୍ଡର ବ୍ୟବହାର କରି ଗୁଗୁଲ ଆସିଷ୍ଟାଣ୍ଟରୁ ଫିଲ୍ମ ଟିକେଟ କିଣିପାରିବେ ।

ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଗୁଲ ଆସିଷ୍ଟାଣ୍ଟରୁ ଫିଲ୍ମ ଟିକେଟ କିଣିବା ପାଇଁ ଫଣ୍ଡାଙ୍ଗୋ ସହ ଗୁଗୁଲ ପାର୍ଟନରସିପ କରିଛି । ତେବେ ଟିକେଟ କିଣିବା ପାଇଁ କେବଳ ଏତିକି କହିବା ପାଇଁ ପଡିବ ଯେ, ବାୟ ଟିକେଟ୍ସ ୟା ହେ ଗୁଗୁଲ ଗେଟ ମି ଟିକେଟ ଫାର.. । ତେବେ ସୂଚନା ଅନୁଯାୟୀ, ଫଣ୍ଡାଙ୍ଗୋ ନିଜ ୱେବସାଇଟ ଏବଂ ମୋବାଇଲ ଆପ ଜରିଆରେ ଫିଲ୍ମ ଟିକେଟ ବିକ୍ରି କରିଥାଏ ।

ରିପୋର୍ଟରେ କୁହାଯାଇଛି ଯେ, ଯଦି ଆପଣ ଜାଣିନାହାନ୍ତି ଆପଣ କଣ ଦେଖିବାକୁ ଚାହୁଁଛନ୍ତି ତେବେ କେବଳ ଏତିକି କୁହନ୍ତୁ ସୋ ଟାଇମ୍ସ ନିୟର ମି । ଏବଂ ଏହା ପରେ ଗୁଗୁଲ ଆପଣଙ୍କୁ ଆପଣଙ୍କ ପାଖ ସିନେମା ଘରେ ଚାଲୁଥିବା ଫିଲ୍ମ ବିଷୟରେ କହିବ । ଯେଉଁଠାରୁ ଆପଣ ନିଜ ମନ ପସନ୍ଦର ଫିଲ୍ମ ବାଛିପାରିବେ । ଆପଣ ହୁ ଷ୍ଟାର୍ସ ଇନ ଇଟ ପଚାରି ମଧ୍ୟ ଫିଲ୍ମ ବାବଦରେ ଅଧିକ ସୂଚନା ପାଇପାରିବେ । ଏହି ଫିଚର ଆପଲ ସିରିରେ ଉପଲବ୍ଧ ଅଟେ । ତେବେ ଗୁଗୁଲ ଆସିଷ୍ଟାଣ୍ଟ ଜରିଆରେ ଆପଣ ଫଣ୍ଡାଙ୍ଗୋ ଆପ ଡାଉଣଲୋଡ ନକରି ମଧ୍ୟ ଫିଲ୍ମ ଟିକେଟ କିଣିପାରିବେ ।

ଏହା ପୂର୍ବରୁ ସୂଚନା ମିଳିଥିଲା ଯେ, ଗୁଗୁଲ ଭାରତରେ କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସହ ହାତ ମିଳାଇଛି । ଏହା ଦ୍ୱାରା ପରୀକ୍ଷାର୍ଥୀ ମାନେ ଗୁଗୁଲ ପ୍ଲାଟଫର୍ମରେ ପରୀକ୍ଷାର ଫଳାଫଳ ଦେଖିପାରିବେ । ତେବେ ଗୁଗୁଲ ସୂଚନା ଦେଇଛି ଯେ, ଜେଇଇ ମେନ ପରୀକ୍ଷାରେ ଏହାର ବ୍ୟବହାର ଆରମ୍ଭ ହୋଇଯାଇଛି । ଏବେ ସିବିଏସଇ ନିଜ ଷ୍ଟୁଡେଣ୍ଟସ ମାନଙ୍କୁ ଗୁଗୁଲର ସର୍ଚ୍ଚ ପେଜରେ ପରୀକ୍ଷାର ଫଳାଫଳ ଦେଖିବାର ସୁବିଧା ଉପଲବ୍ଧ କରାଉଛି ।