କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ଭାଙ୍ଗିବ କି ମମତାଙ୍କ ସରକାର । ପ୍ରଥମେ ପାର୍ଥ ଚାଟାର୍ଜୀଙ୍କୁ ଇଡି ଗିରଫ କରିଥିବା ବେଳେ ଏବେ ଆଉଜଣେ ବିଧାୟକ କୃଷ୍ଣା କଲ୍ୟାଣୀଙ୍କୁ ଅର୍ଥ ହେରଫେର ମାମଲାରେ ଇଡି ନୋଟିସ ଜାରି କରିଛି । ଟିଏମସିର ବିଧାୟକ ଥିବା କୃଷ୍ଣ କଲ୍ୟାଣୀଙ୍କ କମ୍ପାନୀ ‘କଲ୍ୟାଣୀ ସୋଲଭେକ୍ସ ପ୍ରାଇଭେଟ ଲିମିଟେଡ’ ମାଧ୍ୟମରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗରେ ଇଡି ଏହି ନୋଟିସ ଜାରି କରିଛି । କୃଷ୍ଣା କଲ୍ୟାଣୀ ଏହି କମ୍ପାନୀର ଚେୟାରମ୍ୟାନ ଅଛନ୍ତି ।

Advertisment

ସମାଚାର ଏଜେନ୍ସି ଏଏନଆଇ ମୁତାବକ କୃଷ୍ଣ କଲ୍ୟାଣୀଙ୍କୁ ଇଡି ଜୁଲାଇ ୨୫ ତାରିଖରେ ନୋଟିସ ପଠାଇଛି । ଏହି ନୋଟିସରେ କିଛି ନିର୍ଦ୍ଧାରିତ ମାମଲାରେ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବକ ଏହି ମାମଲା ବିଜ୍ଞାପନ ସମ୍ବେନ୍ଧିତ ବୋଲି କୁହାଯାଇଛି । କମ୍ପାନୀ ତରଫରୁ ପଶ୍ଚିମବଙ୍ଗର କିଛି ଟିଭି ଚ୍ୟାନେଲକୁ ବିଜ୍ଞାପନ ଦିଆଯାଇଥିଲା । ଏହି ବିଜ୍ଞାପନ ମାଧ୍ୟମରେ ଅର୍ଥ ହେରଫେର ହୋଇଥିବା କଥା କୁହାଯାଉଛି । ଏହାର ସମ୍ପୂର୍ଣ୍ଣ ତଥ୍ୟ ମାଗିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

କହିରଖୁ କି କୃଷ୍ଣା କଲ୍ୟାଣୀ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ବିଜେପି ଟିକେଟରୁ ଉତ୍ତର ଦିନାଜପୁର ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏହାପରେ ସେ ପୁଣି ବିଜେପି ଛାଡି ଟିଏମସିକୁ ଫେରି ଆସିଥିଲେ ।