କନକବ୍ୟୁରୋ: ଆହୁରି ୨୪ ଘଂଣ୍ଟା ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ ।ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ପାଗ ଅନୁକୁଳ ନଥିବାରୁ ଏହା ଆଗକୁ ବଢ଼ିପାରୁ ନାହିଁ । ଏବେ ମାଲକାଗିରି ଓ କୋରାପୁଟରେ ହିଁ ସକ୍ରିୟ ରହିଛି ମୌସୁମୀ ।

Advertisment

୧୭ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି ।ତେବେ ଆହୁରି ୪ ଦିନ ଯାଏ କିଛି ଜିଲ୍ଲାରେ ଗୁଳୁଗଳି ଅନୁଭୁତ ହେବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ଆସନ୍ତାକାଲି ୧୦ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଏନେଇ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ୧୮ ତାରିଖରେ ଦକ୍ଷିଣ, ଉପକୂଳ ଓ ଉତର ଓଡ଼ିଶାର ୧୬ ଜିଲ୍ଲାକୁ ଝଡ଼ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ଏହାପରେ ଧିରେ ଧିରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି ।