କନକ ବ୍ୟୁରୋ : ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଏବେ ଜଙ୍ଗଲକୁ ଛଡ଼ାଯିବ ନାହିଁ। ଏନକ୍ଲୋଜରରେ ରହି ସେ ଶିକାର ଭୁଲିଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୁନ୍ଦରୀ କିଭଳି ଶିକାର କରିବା ପ୍ରବୃତ୍ତି ଫେରିପାଇବ ସେନେଇ ପ୍ରକୃତି ଭବନରେ ଏକ ବୈଠକରେ ଆଲୋଚନା କରାଯାଇଛି। ସଂପ୍ରତି ସାତକୋଶିଆ ଏନକ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍ଡ ଲାଇଫ୍ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ବର୍ତମାନ ଏନକ୍ଲୋଜର ଅଢ଼େଇ ହେକ୍ଟର ଥିବା ବେଳେ ନୂଆ ଏନକ୍ଲୋଜରକୁ ୨୫ ହେକ୍ଟର କରିବା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି।
/kanak/media/post_attachments/wp-content/uploads/2018/09/Satkosia-Tiger-Reserve-Tigrress-Sundari.jpg)
ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ‘ସୁନ୍ଦରୀ’କୁ ସ୍ଥାନାନ୍ତର ପାଇଁ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍ ଟିମ୍କୁ ଚକମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରିଥିଲେ। ସେବେଠୁ ସୁନ୍ଦରୀ ଏନକ୍ଲୋଜରରେ ରହିଛି।