୫ ବର୍ଷ ପର୍ଯ୍ୟନ୍ତ ଜଗା-ବଳିଆଙ୍କର ହେବ ନାହିଁ କୌଣସି ଅସ୍ତ୍ରୋପଚାର ! ଜଗାକୁ କେବଳ ସ୍ୱତନ୍ତ୍ର ସ୍କୁଲରେ ପଢାଇବା ଲାଗି ଏମ୍ସ କର୍ତୃପକ୍ଷଙ୍କ ଚିଠି

Advertisment
ସୁସ୍ଥ ହେଉଛି ହେଲେ ଶୋଇରହୁଛି ବଳିଆ: ଜଗା ପ୍ରଥମରୁ ଭଲ ଅଛି କିନ୍ତୁ ଏଯାଏ ଆରମ୍ଭ ହୋଇନି ତାର ପଢ଼ା

କନକ ବ୍ୟୁରୋ : ୫ବର୍ଷ ପର୍ଯ୍ୟନ୍ତ ଜଗା-ବଳିଆଙ୍କ ଶରୀରରେ କୌଣସି ଅସ୍ତ୍ରୋପଚାର କରାଯାଇପାରିବ ନାହିଁ। ଜଗାକୁ ସ୍କୁଲ୍ ପଠାଇବା ପାଇଁ କୁହାଯାଇନି ବରଂ ସ୍ବତନ୍ତ୍ର ସ୍କୁଲରେ ପାଠ ପଢାଇବା ପାଇଁ କହିଛୁ ବୋଲି ନୂଆଦିଲ୍ଲୀ ସ୍ଥିତ ଏମ୍ସ ପକ୍ଷରୁ ଏସସିବି କର୍ତ୍ତୃପକ୍ଷଙ୍କୁ ଚିଠି ଆସିଛି।  ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି  ଏ ସଂପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଜଗାର ସ୍କୁଲ ଯିବା ନେଇ ରାଜ୍ୟ ଭିନ୍ନକ୍ଷମ କମିସନର ଏକ ଟିମ୍ ଗଠନ ସହ ସେ ସ୍କୁଲ ଯିବାକୁ କେତେ ଫିଟ୍, ସେ ସଂପର୍କରେ ଏକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଟିମ୍ ଏହାର ଅନୁଧ୍ୟାନ କରି ତା’ର ରିପୋର୍ଟ ଏସସିବି ଅଧୀକ୍ଷକଙ୍କୁ ଦେବା ପରେ ଏହି ରିପୋର୍ଟ ସାମାଜିକ ସୁରକ୍ଷା ବିଭାଗ ତଥା ଭିନ୍ନକ୍ଷମ କମିସନରଙ୍କ ପାଖକୁ ପଠାଇ ଦିଆଯାଇଛି।

jaga baliaତେବେ ଜଗାକୁ ଘରୋଇ ଶିକ୍ଷକ ମାଧ୍ୟମରେ ପାଠ ପଢାଯିବ ବୋଲି ବିଚାର କରାଯାଉଥିବା ବେଳେ କେବେ ଓ କିଏ ଆସି ଏସସିବି ପରିସରରେ ଜଗାକୁ ପାଠ ପଢାଇବେ ସେ ସଂପର୍କରେ ସ୍ପଷ୍ଟ ନିର୍ଦ୍ଦେଶନାମା ଏସସିବି କର୍ତ୍ତୃପକ୍ଷଙ୍କୁ ଆସିନି। ଏହା ସରକାରଙ୍କ ପାଖରେ ବିଚାରଧୀନ ରହିଥିବା ଜଣାପଡିଛି। ଅନ୍ୟପଟେ ବଳିଆକୁ ଗତ ସପ୍ତାହେରୁ ଅଧିକ ହେଲା ଜ୍ବର ଆସୁନଥିବାରୁ ସମସ୍ତ ଆଣ୍ଟିବାୟୋଟିକ୍କୁ ବନ୍ଦ କରାଯାଇଛି। ତା’ ସହିତ ଦିଆଯାଉଥିବା ବିଭିନ୍ନ ଔଷଧର ପରିମାଣକୁ ମଧ୍ୟ କମାଇ ଦିଆଯାଇଛି। ତେବେ ବଳିଆର ଓଜନ ବୃଦ୍ଧି ପାଇଁ ଅଧିକ ଖାଦ୍ୟ ଦେବାକୁ ଆଲୋଚନା ଚାଲିଥିବା ବେଳେ, କାଳେ ଅଧିକ ଖାଦ୍ୟ ଦେଲେ ହଜମ କରିବାରେ ସମସ୍ୟା ହେବ ସେଥିପାଇଁ ମଧ୍ୟ ଆଶଙ୍କା ଉପୁଜିଛି। ତାର ବିଭିନ୍ନ ସ୍ନାୟୁ ସଂପର୍କିତ ପରୀକ୍ଷା ପାଇଁ ଆଲୋଚନା କରାଯିବ ବୋଲି ବିଶେଷଜ୍ଞ କମିଟି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe