କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଫୋନି’ ପାଖେଇ ଆସୁଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗତ ରାତିରେ ଜାରି ସୂଚନା ଅନୁସାରେ ଫନି ବର୍ତ୍ତମାନ ପୁରୀଠାରୁ ୫୪୦ କିଲୋମିଟର ଦୂରରେ ରହିଛି। ଫୋନି ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଥିବା ସୂଚନା ରହିଛି । ଭାରତୀୟପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁସାରେ ଫୋନି ଏବେ ପୁରୀର ଦକ୍ଷିଣ ଓ ଦକ୍ଷିଣ–ପଶ୍ଚିମ ଦିଗରୁ ୫୪୦ କିଲୋମିଟର ଦୂରରେ ଅଛି, ଯାହାକି ଏପ୍ରିଲ ୩ ତାରିଖ ସଂଧ୍ୟା ୫.୩୦ଟା ପାଖାପାଖି ଗୋପାଳପୁରଠାରୁ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଫୋନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି।
/kanak/media/post_attachments/wp-content/uploads/2019/05/FONI-2_00000.png)
ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।