କନକ ବ୍ୟୁରୋ :ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଅଧିକ ପେନସନ ପାଇବାର ବାଟ ଫିଟିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ସଦସ୍ୟଙ୍କୁ ଅଧିକ ପେନସନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ପେନସନ ହିସାବ ବେଳେ ବେତନକୁ ନେଇ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ କୋହଳ କରିବାକୁ କୋର୍ଟ କହିଛନ୍ତି। ବର୍ତ୍ତମାନ ପ୍ରଚଳିତ ଥିବା ନିୟମ ଅନୁସାରେ ଇପିଏଫ୍ଓର ସଦସ୍ୟମାନଙ୍କ ପାଇଁ ସର୍ବୋଚ୍ଚ ବେତନକୁ ୧୫ ହଜାର ଟଙ୍କା ହିସାବ କରାଯାଉଛି। ତାହାର ୮.୩୩% ଅର୍ଥ ପେନସନ ଖାତାରେ ଜମା କରାଯାଉଛି ଯାହାର ମୂଲ୍ୟ ଯେଉଁ ୧୨୫୦ ଟଙ୍କା। ପେନସନ ହିସାବ ବେଳେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଦରମା (ଫୁଲ ସାଲାରି)କୁ ବିଚାରକୁ ନେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।
/kanak/media/post_attachments/wp-content/uploads/2019/02/supreme-court-1531134696.jpg)
ଘରୋଇ କ୍ଷେତ୍ରର କର୍ମଚାରୀ ଯେତେ ଅଧିକ ଦରମା ପାଇଲେ ମଧ୍ୟ ପେନସନ ହିସାବ ବେଳେ ତାହାକୁ ୬୫୦୦ ଟଙ୍କା ହିଁ ହିସାବ କରାଯାଉଥିଲା। ୧୯୯୬ରେ ସେହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିଲା। ଏହା ପରେ ୨୦୧୪ରେ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ପେନସନ ହିସାବ ପାଇଁ କର୍ମଚାରୀଙ୍କ ବେତନର ସର୍ବୋଚ୍ଚ ସୀମାକୁ ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। କିଛି ମାସ ପରେ ପ୍ରବୀଣ କୋହଲି ନାମକ ଜଣେ ବ୍ୟକ୍ତି କୋର୍ଟରେ ମାମଲା ଦାୟର କରି ନିଜ ପେନସନରେ ବହୁ ଗୁଣା ବୃଦ୍ଧି ଆଣିବାରେ ସଫଳ ହୋଇଥିଲେ। କୋହଲି ଅବସର ଗ୍ରହଣ କରିବା ପହରେ ତାଙ୍କୁ ୨୩୭୨ ଟଙ୍କାର ପେନସନ ମିଳୁଥିଲା। ଏହା ପରେ ସେ ଇପିଏଫ୍ଓ ବିରୋଧରେ ଅଦାଲତରେ ମାମଲା ଦାୟର କରିଥିଲେ।
ସମ୍ପୂର୍ଣ୍ଣ ବେତନ ଉପରେ ପେନସନ୍ ହିସାବାକୁ ଦାବି କରିଥିଲେ ଏବଂ କୋର୍ଟରେ ବିଜୟୀ ହୋଇଥିଲା। ନିୟମ ଅନୁସାରେ ଆବଶ୍ୟକ ପରିମାଣର ବକେୟା ଟଙ୍କା ଦେଇ ଏବେ ସେ ମାସିକ ୩୦,୫୯୨ ଟଙ୍କାର ପେନସନ୍ ପାଉଛନ୍ତି। ଇପିଏଫ୍ଓ ସଦସ୍ୟଙ୍କ ପେନସନ୍କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ୨୦୧୪ ସେପ୍ଟେମ୍ବର ୧ ପରେ ଯେଉଁମାନେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ସମ୍ପୂର୍ଣ୍ଣ ବେତନ ଉପରେ ପେନସନ ପାଇବାର ସମ୍ଭାବନା ଅଧିକ ରହିଛି।