କନକ ବ୍ୟୁରୋ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କ୍ରମରେ ଲଙ୍ଗୁଳି ମଠ, ଏମାର ମଠ ଓ ବଡ଼ଆଖଡ଼ା ମଠ ଭଙ୍ଗାଯିବା ପରେ ଏବେ ଜିଲ୍ଲା ପ୍ରଶାସନ ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ବ ଦେଇଛି। ମଠ କୋଠାର ଭଗ୍ନାବଶେଷକୁ ଅନ୍ୟତ୍ର ସ୍ଥାନାନ୍ତର ପରେ ବର୍ତ୍ତମାନ ଟାଇଲ୍ ବିଛାଠାରୁ ଆରମ୍ଭ କରି ଆଲୋକୀକରଣକୁ ଗୁରୁତ୍ବ ଦେଇଛି। ଏହି ଦୃଷ୍ଟିରୁ କିଛି ଦିନ ପାଇଁ ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଥିବା ଜଣାପଡ଼ିଛି। ଆଇନଗତ ଦିଗ ବି ଏଥିରେ କିଛିଟା ପ୍ରତିବନ୍ଧକ ସୃଷ୍ଟି କରିଛି। ଅନ୍ୟପଟେ ସୌନ୍ଦର୍ଯ୍ୟକରଣ କାମ ଶେଷ ପରେ ପ୍ରଶାସନ ମଙ୍ଗୁ ମଠ ଓ ସାନଛତା ମଠକୁ ଭାଙ୍ଗିବାକୁ ସ୍ଥିର କରିଛି। ଏଥି ପାଇଁ ମଙ୍ଗୁ ମଠ ଓ ସାନଛତା ମଠ କୋଠାରେ ଥିବା ଦୋକାନୀମାନେ ନିଜ ନିଜ ଆସବାବପତ୍ର ଖାଲି କରିବା ଆରମ୍ଭ କରିଛନ୍ତି।
/kanak/media/post_attachments/wp-content/uploads/2019/08/page_59_33060.jpg)
ଗତ ଅଗଷ୍ଟ ୨୭ରୁ ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ଅଭିଯାନ ଆରମ୍ଭ କରିଥିବା ଜିଲ୍ଲା ପ୍ରଶାସନ ପ୍ରଥମେ ଲଙ୍ଗୁଳି ମଠକୁ ଭାଙ୍ଗିଥିଲା। ଏହା ପରେ ଏମାର ମଠ ଓ ବଡ଼ଆଖଡ଼ା ମଠ ଭଙ୍ଗାଯାଇଥିଲା। ଯାତାୟତରେ ସମସ୍ୟା ସୃଷ୍ଟି କରୁଥିବା ଏହି ତିନି ମଠ ଉଚ୍ଛେଦ ପରେ ଏବେ ଭକ୍ତଙ୍କ ଗମନାଗମନର ମାର୍ଗ ପ୍ରଶସ୍ତ ହୋଇଛି। ଅନ୍ୟପକ୍ଷରେ ପ୍ରଶାସନ ଉଚ୍ଛେଦ ସ୍ଥଳରେ ଟାଇଲ୍ ବିଛାଇବା ଆରମ୍ଭ କରିଛି।
/kanak/media/post_attachments/wp-content/uploads/2019/05/puri-light-750x369.jpg)