ବର୍ତ୍ତମାନ ଯୋଗ ଗୁରୁ ବାବା ରାମଦେବଙ୍କ ନାମରେ ଆଉ ଏକ ରେକର୍ଡ ପଞ୍ଜିକୃତ ହେବାକୁ ଯାଉଛି । ତାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କର ତୁସାଡ ମ୍ୟୁଜିଅମରେ ସ୍ଥାପନ ହେବାକୁ ଯାଉଛି । ଗତ ୬ ବର୍ଷ ଧରି ବାବା ରାମଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ଆଜିର ସମାରୋହ ପରେ ନ୍ୟୁୟର୍କକୁ ପଠାଯିବାକୁ ଥିବା ଏହି ପ୍ରତିମୂର୍ତ୍ତି ଦିଲ୍ଲୀରେ ଆସି ପହଞ୍ଚିଛି ।

Advertisment

ଯୋଗ ଗୁରୁ ବାବା ରାମଦେବ ନିଜେ ଜାନୁଆରୀ ୩୦ ରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହି ଉତ୍ସବରେ ବାବା ରାମଦେବଙ୍କ ସହ ଜଡିତ ପତଞ୍ଜଳି ଯୋଗପୀଠର ସହ-ପ୍ରତିଷ୍ଠାତା ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ପତଞ୍ଜଳି ଯୋଗପୀଠ (ୟୁକେ) ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ସୁନୀତା ପୋଦ୍ଦାର ମଧ୍ୟ ଉପସ୍ଥିତ ରହିବେ । ଏହା କେବଳ ଏକ ସମାରୋହ ନୁହେଁ ବରଂ ଭାରତୀୟ ସଂସ୍କୃତି, ସନ୍ୟାସ ଏବଂ ବିଶେଷକରି ସନାତନ ଧର୍ମ ଏବଂ ସନାତନ ଯୋଗ ପରମ୍ପରାର ବିଶ୍ୱବ୍ୟାପୀ ପ୍ରଭାବର ଏକ ପଦକ୍ଷେପ । ଏହି କାରଣରୁ ଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପାଇବ ଏବଂ ଏହା ଆମ ଦେଶର ସମ୍ମାନ ବୃଦ୍ଧି କରିବାକୁ ଯାଉଛି ।

କୌଣସି ଭାରତୀୟ ସାଧୁଙ୍କ ପ୍ରତିମୂର୍ତ୍ତି ଏପର୍ଯ୍ୟନ୍ତ ମ୍ୟାଡାମ୍ ତୁସାଡ୍ ଙ୍କ ମ୍ୟୁଜିଅମରେ ସ୍ଥାପିତ ହୋଇନାହିଁ । ବାବା ରାମଦେବ ପ୍ରଥମ ଯୋଗ ଗୁରୁ ହେବେ ଯାହାଙ୍କ ପ୍ରତିମୂର୍ତ୍ତି ନ୍ୟୁୟର୍କରେ ମ୍ୟାଡାମ୍ ତୁସାଡ୍ ଙ୍କ ସଂଗ୍ରହାଳୟରେ ସ୍ଥାପନ କରାଯିବ। ଯୋଗଗୁରୁ ବାବା ରାମଦେବଙ୍କ ଏହି ପ୍ରତିମୂର୍ତ୍ତି ପାଇଁ ୨୦୧୮ ରୁ ପ୍ରସ୍ତୁତି ଚାଲିଥିଲା । ଏହାକୁ ସମ୍ପୂର୍ଣ୍ଣ କରିବାକୁ ପ୍ରାୟ ୬ ବର୍ଷ ସମୟ ଲାଗିଲା । ଶେଷରେ ଏହି ପ୍ରତିମୂର୍ତ୍ତି ବର୍ତ୍ତମାନ ପ୍ରସ୍ତୁତ ହେଇଛି । ବାବା ରାମଦେବଙ୍କ ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ରୁ ଅଧିକ ଭାରତୀୟଙ୍କ ପ୍ରତିମୂର୍ତ୍ତି ମ୍ୟାଡାମ ତୁସାଡ ତିଆରି କରିଛନ୍ତି  ଏବଂ ତାହା ନ୍ୟୁୟର୍କର ମ୍ୟାଡାମ୍ ତୁସାଉଡ୍ ଙ୍କ ସଂଗ୍ରହାଳୟର ଗୌରବ ବଢାଉଛି ।

ନ୍ୟୁୟର୍କର ମ୍ୟାଡାମ୍ ତୁସାଡ୍ ବାବା ରାମଦେବଙ୍କ ୭.୪ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତି ମହମରେ ନିର୍ମିତ । ଆଜି ବାବା ରାମଦେବଙ୍କ ଦ୍ୱାରା ଉନ୍ମୋଚିତ ହେବା ପରେ ଏହି ପ୍ରତିମୂର୍ତ୍ତି ଫେବୃଆରୀରେ ନ୍ୟୁୟର୍କର ମ୍ୟାଡାମ୍ ତୁସାଡଙ୍କ ମ୍ୟୁଜିଅମର ଶୋଭା ବର୍ଦ୍ଧନ କରିବ ।