ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରସରକାରଙ୍କ ବଡ ନିଷ୍ପତ୍ତି । ମହିଳାଙ୍କ ଭଳି ପୁରୁଷ କର୍ମଚାରୀ ମାନେ ବି ଶିଶୁର ଯତ୍ନ ପାଇଁ ନେଇ ପାରିବେ ଛୁଟି …..

2,182

କନକ ବ୍ୟୁରୋ : କେନ୍ଦ୍ର ଅଭିଯୋଗ ଓ ପେନସନ ବିଭାଗର ମନ୍ତ୍ରୀ ଜିତେନ୍ଦ୍ର ସିଂ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ମୁତାବକ ସମସ୍ତ ସରକାରୀ ପୁରୁଷ କର୍ମଚାରୀ ବି ସେମାନଙ୍କ ଶିଶୁର ଯତ୍ନ ପାଇଁ ଏଣିକି ଛୁଟି ନେଇପାରିବେ । ସେ କହିଛନ୍ତି କି ଏହି ଛୁଟି (ସିସିଏଲ୍‌) ନେବାକୁ ବି ପରୁଷ ମାନେ ହକଦାର । କିନ୍ତୁ ଏନେଇ ସେ କିଛି ସର୍ତ୍ତ ରଖିଛନ୍ତି । ସର୍ତ୍ତ ମୁତାବକ ଏହି ଛୁଟି କେବଳ ସେହି ପୁରୁଷ କର୍ମଚାରୀ ମାନଙ୍କୁ ମିଳିବ ଯେଉଁମାନେ କି ଏକକ ଅଭିଭାବକ ଅଟନ୍ତି । ସେ କହିଛନ୍ତି କି ଏହି ସୁବିଧା ପାଇଁ ଅନେକ ଦିନରୁ ନିର୍ଦ୍ଦେଶନାମା ଜାରି କରାଯାଇ ସାରିଛି । ହେଲେ ଏହା ସାଧାରଣ ଲୋକଙ୍କ ପାଖରେ ପହଂଚି ନାହିଁ । ଅନ୍ୟପଟେ ଶ୍ରୀ ସିଂ କହିଛନ୍ତି କି ପୁରୁଷ କର୍ମଚାରୀ ଜଣକ ସିସିଲଏଲ ବା ଶିଶୁ ଯତ୍ନ ପାଇଁ ନେଇଥିବା ଛୁଟି ସମୟରେ କର୍ମଚାରୀ ମାନେ ବାହାରକୁ ବୁଲିଯିବା ପାଇଁ ଏଲଟିସି ନେଇ ପାରିବେ । ଅନ୍ୟପଟେ କର୍ମଚାରୀଙ୍କ ପିଲା ଯଦି ଦିବ୍ୟାଙ୍ଗ ଥିବ ତେବେ ସେ କୌଣସି ବୟସର ହୋଇଥିଲେ ବି ତାଙ୍କ ପିତାଙ୍କୁ ଶିଶୁଯତ୍ନ ଛୁଟି ବା ସିସଏଲ ନେଇ ପାରିବ ।

କହିରଖୁ କି ସରକାର ମୁଖ୍ୟତ ମହିଳା ମାନଙ୍କୁ ଗର୍ଭଧାରଣ ସମୟ ଓ ଶିଶୁର ଯତ୍ନ ନେବା ପାଇଁ ପୂର୍ବରୁ ସରକାର ସ୍ୱତନ୍ତ୍ର ଛୁଟି ଦେବାକୁ ଘୋଷଣା କରିଥିଲେ । ଯାହା ଫଳରେ ମହିଳା ଜଣଙ୍କ ଗର୍ଭଧାରଣର ୬ ମାସ ପରେ ଶିଶୁ ଜନ୍ମ ହେବାର ୩ ମାସ ଯାଏ ଛୁଟିରେ ରହିପାରିବ । ହେଲେ କିଛି କ୍ଷେତ୍ରରେ ଶିଶୁର ଏକକ ଅଭିଭାବକ ଅଛନ୍ତି । ଯେଉଁ କ୍ଷେତ୍ରରେ କି ବିଭିନ୍ନ କାରଣରୁ ଶିଶୂୁଟିର ଅଭିଭାବକ କେବଳ ବାପା ହିଁ ରହିଥାନ୍ତି । ଏହି କ୍ଷେତ୍ରରେ ବାପା ଯଦି ସରକାରୀ ଚାକିରୀ କରୁଥା’ନ୍ତି ତେବେ ପିଲାର ଯତ୍ନ ନେବାରେ ବାପାଙ୍କୁ ଅସୁବିଧା ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।