ରେଳ କର୍ମଚାରୀଙ୍କୁ ସରକାରଙ୍କ ଉପହାର ! ମୃତ୍ୟୁ ପରେ ଅପାଠୁଆ ସ୍ତ୍ରୀଙ୍କୁ ମିଳିବ ଚାକିରୀ,ଆର୍ଥୀକ ସମସ୍ୟାରେ ରହିବେନି ପରିବାର ।

41

ରେଲୱେ କର୍ମଚାରୀଙ୍କ ପାଇଁ ଖୁସିଖବର । ଏବେ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଆର୍ଥୀକ ସମସ୍ୟା ଦେଇ ଗତି କରିବାକୁ ପଡିବନାହିଁ । ମୃତ ରେଳକର୍ମଚାରୀଙ୍କ ଅପାଠୁଆ ସ୍ତ୍ରୀଙ୍କୁ ମଧ୍ୟ ମିଳିବ ଚାକିରୀ । କେବଳ ଏତିକି ନୁହଁ ଘର ଠାରୁ ନିକଟରେ ଥିବା ସ୍ଥାନରେ ହିଁ ତାଙ୍କୁ ଚାକିରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ,ଯେଉଁଠି ସେ ୮ ଘଣ୍ଟା ପରିଶ୍ରମ କରି ଘରେ ପହଞ୍ଚିପାରିବେ । ପୂର୍ବରୁ କେବଳ ଶିକ୍ଷିତା ସ୍ତ୍ରୀ ହିଁ ଏହାର ଯୋଗ୍ୟ ହୋଇପାରୁଥିଲେ । କିନ୍ତୁ ରେଲୱେ ତରଫରୁ ଏହି ନିୟମକୁ ଏବେ ହଟାଇ ଦିଆଯାଇଛି । ଏହି ଆଦେଶନୁସାର ପୂର୍ବ ରେଲୱେରେ ଶହେରୁ ଅଧିକ ମୃତ କର୍ମଚାରୀଙ୍କ ଅପାଠୁଆ ସ୍ତ୍ରୀଙ୍କୁ ଚାକିରୀ ଯୋଗାଇଦେବାକୁ ସମ୍ପୁର୍ଣ୍ଣ ବ୍ୟବସ୍ଥା ହୋଇସାରିଲାଣି ।

ତେବେ ପୂର୍ବରୁ ରେଲୱେରେ ମୃତକଙ୍କ ସଂପର୍କୀୟ ରୁପେ ଶୈକ୍ଷିକ ଯୋଗ୍ୟତା ହାଇସ୍କୁଲ ପର୍ଯ୍ୟନ୍ତ ଥିଲା । ଯେବେ କି ରେଗୁଲାର୍ ଷ୍ଟାଫଙ୍କ ପାଇଁ ଆଇଟିଆଇ ପାସ୍ ହେବା ଆବଶ୍ୟକ ଥିଲା । ତେବେ ଶିକ୍ଷାଗତ ଯୋଗ୍ୟତା କମ୍ କାରଣରୁ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ଚାକିରୀ ପାଇଁ ଖୁବ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା । ତେବେ ଅପାଠୁଆ ହେବା କାରଣରୁ ଚାକିରୀ ମିଳିବା ତ ସମ୍ଭବ ନଥିଲା ବେଳେବେଳେ ପେନସନ୍ ମିଳିବାରେ ମଧ୍ୟ ବିଳମ୍ବ ହେଉଥିଲା । ତେବେ ଏଭଳି ପରିସ୍ଥିତିକୁ ଆଖି ଆଗରେ ରଖି ରେଲୱେ ବୋର୍ଡ ତରଫରୁ ସବୁ ରେଲୱେ ଜୋନ୍ କୁ ଏହି ନିର୍ଦ୍ଦେଶ ଜାରୀ କରାଯାଇଥିଲା । କର୍ମଚାରୀଙ୍କ ଅପାଢୁଆ ପତ୍ନୀଙ୍କୁ ଶିକ୍ଷା ଯୋଗାଇ ଦିଆଯିବା ସହ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢାଇବାକୁ ବୋର୍ଡ ନିର୍ଦ୍ଦେଶ ଦେଇଥିବା ବେଳେ ଚତୁର୍ଥ ଶ୍ରେଣୀରେ ଚାକିରୀ ଯୋଗାଇଦେବାକୁ କହିଛନ୍ତି ।