ଏଣିକି ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ । ବୈଜ୍ଞାନିକମାନଙ୍କ ଦାବି ,ଭାବନାର ୮୨ % ପର୍ଯ୍ୟନ୍ତ ସଠିକ ଆକଳନ କରିପାରିବ ଏଆଇ
କନକ ବ୍ୟୁରୋ : ମଣିଷର ମନ ପଢିବ ଆଟିଫିସିଆଲ ଇଂଟେଲିଜେନ୍ସ ବା କୁତ୍ରିମ ବୁଦ୍ଧିମତା । ବୈଜ୍ଞାନିକମାନେ ଏମିତି ଏକ ଏଆଇ ମଡେଲ ପ୍ରସ୍ତୁତ କରୁଛନ୍ତି ଯାହା ମଣିଷ ଭାବୁଥିବା କଥାକୁ ଗ୍ରହଣ କରି ଲିଖିତ ଆକାରରେ ଚାର୍ଟ ଜିପିଟି ପରି ପ୍ରକାଶ କରିପାରିବ । ବୈଜ୍ଞାନିକମାନେ ଦାବି କରୁଛନ୍ତି ମଣିଷ ଭାବନାର ୮୨ % ପର୍ଯ୍ୟନ୍ତ ସଠିକ ଆକଳନ କରିପାରିବ ଏହି ମଡେଲ । ଟେକ୍ସାସାସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ କରିଛନ୍ତି । କମ୍ପ୍ୟୁଟର ବୈଜ୍ଞାନିକ ଜେରି ଟ୍ୟାଙ୍କ ଓ ନ୍ୟୁରୋ ସାଇନଟିଷ୍ଟ ଆଲେକ୍ସ ଟ୍ରୁଥ୍ ଏହି ଟିମର ନେତୃତ୍ୱ ନେଉଛନ୍ତି । ଫଙ୍କସନାଲ ମ୍ୟାଗନେଟିକ ରିଜୋନାନନ୍ସ ଇମେଜିଂ ମେସିନକୁ ବ୍ୟବହାର କରି ୩ଜଣ ମଣିଷଙ୍କ ୧୬ଘଂଟାର ମସ୍ତିଷ୍କ କାର୍ଯ୍ୟକଳାପକୁ ରେକର୍ଡ କରିଥିଲେ । ପରେ ଏହାକୁ ଏକ ଜିିପିଟି ଏଆଇ ମଡେଲ ଦ୍ୱାରା ଲିଖିତ ଭାବେ ଟ୍ରାନସଲେଟ କରିଥିଲେ । ଏହି ଉଦ୍ଧଭାବନ ଅର୍ନ୍ତଜାତିୟ ପତ୍ରିକା ନେଚର ନ୍ୟୁରୋ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ହୋଇଛି ।