କନକ ବ୍ୟୁରୋ : ଏଣିକି ଓଡ଼ିଆରେ ଦେଇ ହେବ ସିଏପିଏଫ କନଷ୍ଟେବଳ ପରୀକ୍ଷା । ଓଡ଼ିଆ ସମେତ ୧୩ ଆଂଚଳିକ ଭାଷାରେ ସିଏପିଏଫ ଜିଡି କନଷ୍ଟେବଳ ପରୀକ୍ଷା କରାଯିବ । ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଏହା ହେଉଛି କେନ୍ଦ୍ରର ସବୁଠୁ ବଡ ପଦକ୍ଷେପ । ଏବେଠୁ ସିଏଫିଏଫ ପଶ୍ନପତ୍ର ଇଂରାଜୀ, ହିନ୍ଦୀକୁ ଛାଡି ୧୩ ଟି ଆଂଚଳିକ ଭାଷାରେ ଲେଖାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏନେଇ ନିଷ୍ପତି ନିଆଯାଇଛି ।
କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ ବା ସିଏପିଏଫରେ ଅଧିକ ଆଂଚଳିକ ଯୁବବର୍ଗଙ୍କୁ ସାମିଲ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଆ, ବେଙ୍ଗଲି, ଗୁଜୁରାଟି, ମରାଠୀ, କାନ୍ନାଡା, ମାଲାୟଲମ ତାମିଲ , ତେଲୁଗୁ, ଉଦ୍ଧ୍ୱର୍, ପଞ୍ଜାବୀ, ମଣିପୁରୀ, କୋନକାନି ଭାଷାରେ ପ୍ରଶ୍ନପତ୍ର ଆସିବ । ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଆଂଚଳିକ ଭାଷାରେ ପରୀକ୍ଷା ଦେଇ ଚାକିରି ପାଇପାରିବେ ।