ଏଣିକି ରାସ୍ତା କଡରେ ଅଳିଆ ଏବଂ ପ୍ଲାଷ୍ଟିକ ଗୋଟାଉଥିବା ପିଲାମାନଙ୍କୁ ମିଳିବ ଶିକ୍ଷାଗତ ଅଧିକାର ! ଏହି ଏନଜିଓ ବଢାଇଲା ସହାୟତାର ହାତ ।
ବିଭିନ୍ନ ସହରର ରାସ୍ତା କଡ ଓ ଗଳି ମାନଙ୍କରୁ ପ୍ଲାଷ୍ଟିକ ଏବଂ ଅଳିଆ ଆବର୍ଜନା ଗୋଟାଉଥିବାର ଅନେକ ଲୋକ ଦେଖିବାକୁ ମିଳିଥାନ୍ତି । ଏଥି ମଧ୍ୟରୁ ଅଧିକାଶଂ ଛୋଟ ପିଲା ପ୍ଲାଷ୍ଟିକ ଗୋଟାଉଥିବାର ଦେଖିବାକୁ ମିଳିଛି । ରାସ୍ତାକଡରୁ ପ୍ଲାଷ୍ଟିକ ଗୋଟାଉଥିବା ଏହି ଛୋଟ ପିଲାମାନେ ସମାଜରେ ବଦନାମ ହେବା ସହ ଅନେକଙ୍କ ଠାରୁ ଅପମାନ ମଧ୍ୟ ସହିଥାନ୍ତି । ଏମାନଙ୍କ ପାଖରେ ଦୁଇ ଓଳି ପେଟପୁରା ଖାଇବା ପାଇଁ ଖାଦ୍ୟ ମିଳିନଥାଏ । ଶିକ୍ଷା ଦାନର କୌମସି ସୁବିଧା ମଧ୍ୟ ଏହି ପିଲାମାନଙ୍କୁ ମିଳିପାରିନଥାଏ । କେବଳ ସେତିକି ନୁହେଁ ଏମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ବି ଛାତଟିଏ ନଥାଏ । ରାସ୍ତା କଡରେ ରାତି କଟିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ରାସ୍ତା କଡରୁ ପ୍ଲଷ୍ଟିକ ଗୋଟାଉଥିବା ଏହି ସବୁ ପିଲାମାନଙ୍କୁ ଶିକ୍ଷା, ସାମିଜିକ ସୁରକ୍ଷା ଏବଂ ଆର୍ଥିକ ସଂରକ୍ଷଣ ଭଳି ଅନ୍ୟାନ୍ୟ ସେବା ଯୋଗାଇଦେବା ପାଇଁ ଏକ ବେସରକାରୀ ସଂଗଠନ ଆଗେଇ ଆସିଛି । ଏହି ସଂଗଠନ ଜରିଆରେ କେନ୍ଦ୍ରରେ ପ୍ରାୟ ଦୁଇ ହଜାରରୁ ଅଧିକ ପିଲା ଏବେ ଶିକ୍ଷା ଗ୍ରହଣ କରିପାରିଛନ୍ତି ।
ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘର ସଂସ୍ଥାପକ ଏବଂ ନିର୍ଦେଶକ ଆଶିଷ ଜେନଙ୍କ କହିବା ଅନୁସାରେ, ରାସ୍ତା କଡଟରୁ ଅଳିଆ ଏବଂ ପ୍ଲାଷ୍ଟିକ ଗୋଟାଉଥିବା ଲୋକ ପ୍ରତିଦିନ କଠିନ ଜୀବନଯାପନ କରୁଛନ୍ତି । ଏହି ଲୋକମାନେ ଅଳିଆ ଏକାଠି କରି ସେଗୁଡିକୁ ବିକ୍ରି କରି ନିଜର ଭରଣ ପୋଷଣ କରିଥାନ୍ତି । ରାସ୍ତା କଡରେ ଗରିବି, ଅପମାନ ଏବଂ ଲୋକଙ୍କ ଦୁର୍ବ୍ୟବହାର ସହିଥାନ୍ତି । ତେଣୁ ଏହି ଲୋକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରିଭୂତ କରି ଆଇଆଇଟି ଦିଲ୍ଲୀରୁ ପାଠ ପଢି ଆସିଥିବା ଆଶିଷ ଜେନ ୨୦୦୧ରେ ଭାରତୀୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘର ସ୍ଥାପନା କରିଥିଲେ । ଏବଂ ରାସ୍ତା କଡରେ ଅଳିଆ ଗୋଟାଉଥିବା ପିଲାଙ୍କ ପରିବାରଙ୍କୁ ଏହି ସଂଗଠନରେ ନିଯୁକ୍ତି ଦିଆଯାଇଛି । ଦିନ ତମାମ ଅଳିଆ ଗୋଟାଇବା କାରଣରୁ ଏହି ପରିବାରର ପିଲାମାନଙ୍କ ପାଖରେ ଟିକିଏ ବି ସମୟ ବଞ୍ଚୁନଥିଲା । ଏହି କାରଣରୁ ପିଲାମାନେ ପାଠ ପଢିପାରୁନଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ସଂଗଠନ ୨୦୧୩ ମସିହାରେ ଦିଲ୍ଲୀ ଏବଂ ଏନସିଆରରେ ପିଲାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏବେ ଏଠାରେ ପ୍ରାୟ ୨୦୦୦ରୁ ଅଧିକ ପିଲା ଶିକ୍ଷା ଗ୍ରହଣ କରୁଛନ୍ତି । ଏଥିସହିତ ପିଲାମାନଙ୍କ ଖାଦ୍ୟପେୟର ସମସ୍ତ ଖର୍ଚ୍ଚ ମଧ୍ୟ ଆଇପିସିଏ ବହନ କରୁଛି ।