ଖୁସିଖବର : ଏଣିକି Paytmରେ ଚୁଟକିରେ କରିପାରିବେ LIC ସମେତ ଅନ୍ୟ ଅଗ୍ରଣୀ ବୀମା କମ୍ପାନୀଗୁଡିକର ପେମେଣ୍ଟ । ଜାଣନ୍ତୁ ପ୍ରକ୍ରିୟା

ଖୁସିଖବର : ଏଣିକି Paytmରେ ଚୁଟକିରେ କରିପାରିବେ LIC ସମେତ ଅନ୍ୟ ଅଗ୍ରଣୀ ବୀମା କମ୍ପାନୀଗୁଡିକର ପେମେଣ୍ଟ । ଜାଣନ୍ତୁ ପ୍ରକ୍ରିୟା

source : News18

ଡିଜିଟାଲ ପ୍ଲାଟଫର୍ମରେ ଟଙ୍କା ନେଣଦେଣ ସୁବିଧା ପ୍ରଦାନ କରୁଥିବା ପେଟିଏମ୍ ଆପ୍ ଭାରତୀୟ ଜୀବନ ବୀମା କମ୍ପାନୀ ସହିତ ଚୁକ୍ତି କରିଛି । ଏହି ଚୁକ୍ତି ଅଧିନରେ ଗ୍ରାହକ ଏବେ ଏଲଆଇସି ବୀମାର ପ୍ରିମିୟମ ପେଟିଏମ୍ ଆପ୍ ଜରିଆରେ ୧ ମିନିଟରୁ ବି କମ୍ ସମୟରେ ଜମା କରିପାରିବେ ।

publive-image

ପେଟିଏମ୍ ସୂଚନା ଦେଇଛି ଯେ, ପେଟିଏମ୍ ଆପ୍ ରେ ୩୦ରୁ ଅଧିକ ବୀମା କମ୍ପାନୀଗୁଡିକର ପ୍ରିମିୟମ ଅନଲାଇନ୍ ପେମେଣ୍ଟ କରାଯାଇପାରିବ । ଏହି କମ୍ପାନୀ ଗୁଡିକରେ ଏଲଆଇସି, ଆଇସିଆଇସିଆଇ ପ୍ରୁଡେଂଶିଆଲ ଲାଇଫ୍, ରିଲାଇନ୍ସ ଲାଇଫ୍, ମ୍ୟାକ୍ସ ଲାଇଫ୍ ଇନସ୍ୟୁରାନ୍ସ, ଏଚଡିଏଫସି ଲାଇଫ୍, ଟାଟା ଏଆଇଏ, ଏସବିଆଇ ଲାଇଫ୍, ଆଦିତ୍ୟ ବିର୍ଲା ସନ୍ ଲାଇଫ୍, କାନାଡା ଏଚଏସବିସି ଲାଇଫ୍ ଇନସ୍ୟୁରାନ୍ସ ସମେତ ଅନ୍ୟ କେତେକ ବୀମା କମ୍ପାନୀ ସାମିଲ ଅଛନ୍ତି ।

ଆମ ଦେଶରେ ବୀମା ପ୍ରିମିୟମର ପେମେଣ୍ଟ ଅଧିକାଂଶ ଅଫଲାଇନ୍ ମୋଡ୍ ରେ ହୋଇଥାଏ । ପେଟିଏମ୍ ଜରିଆରେଲୋକଙ୍କୁ ବିନା କୈାଣସି ଅସୁବିଧାରେ ସହଜ ଶୈଳୀରେ ପେମେଣ୍ଟ କରିବାର ଅନୁଭବ ମିଳୁ । ସେଥିପାଇଁ ଏହି ପ୍ରୟାସ କରାଯାଇଛି । ଏଲଆଇସି ଏବଂ ଅନ୍ୟ ଅଗ୍ରଣୀ ବୀମା କମ୍ପାନୀ ଗୁଡିକ ସହିତ ଚୁକ୍ତି କରାଯାଇଛି । ଭାରତର ଜୀବନ ବୀମା ପଲିସିର ସଂଖ୍ୟା ହିସାବରେ ଦୁନିଆରେ ସବୁଠାରୁ ବଡ । ଏଠି ପାଖାପାଖି ୩୬ କୋଟି ପଲିସି ଅଛି । ଏହାର ଆସନ୍ତା ୫ ବର୍ଷରେ ୧୨.୧୫% ବାର୍ଷିକ ବିକାଶ ଦରରେ ବଢ଼ିବାର ଆଶା ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe