ଧାନ ପରେ ମାଣ୍ଡିଆ ହବ୍ ହେବ କୋରାପୁଟ ଜିଲ୍ଳା । ଆନ୍ତର୍ଜାତିୟ ବଜାରକୁ ଭାରତ ଯୋଗାଇବ ମାଣ୍ଡିଆ

116

କନକ ବ୍ୟୁରୋ : ଧାନ ପରେ କୋରାପୁଟ ଜିଲ୍ଳା ହେବ ମାଣ୍ଡିଆ ହବ୍ । ଆନ୍ତର୍ଜାତୀୟ ବଜାରକୁ ଭାରତ ଯୋଗାଇବ ମାଣ୍ଡିଆ । ଏଥିପାଇଁ ଫୋର-ସିରେ କାମ କରିବାକୁ ଗୁରୁମନ୍ତ୍ର ଦେଇଛନ୍ତି ବିଷେଶଜ୍ଞ । ପଥମେ ମାଣ୍ଡିଆକୁ ପ୍ରଧାନ ଖାଦ୍ୟ ରୁପେ ଗ୍ରହଣ କରିବା । ଦ୍ୱିତୀୟରେ ଏହାର ସରଂକ୍ଷଣ ବ୍ୟବସ୍ଥା କରିବା । ତୃତୀୟରେ ଚାଷ ବଡ଼ାଇବା । ଚତୁର୍ଥରେ ଏହାର ବ୍ୟବସାୟୀ କରଣ କିପରି ଅଧିକା ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବା । ମାଣ୍ଡିଆ, କାଙ୍ଗୁ, ବାଜରା, ଜନା, ସୁଅାଁ, କୋଦ, କୋଷ ଭଳି ଲଘୁ ଶସ୍ୟରେ ଧାନ ଓ ଗହମ ଠାରୁ ଅଧିକ ଖଣିଜ ପଦାର୍ଥ ଭରି ରହିଛି । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ ଓ ଉଚ୍ଚ ମାନର ଫାଇବର ରହିଛି । ଯାହା ଖାଇବା ଦ୍ୱାରା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ତେଣୁ ଏହି ଚାଷ ଓ ଚାଷୀର ଉନ୍ନତି ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ ।

ଏହି ଚାଷ ବେଶ ପୁରାତନ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚାଷ କରାଯାଉଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ ଏହା ଅଧିକ ମାତ୍ରାରେ ହୋଇଥାଏ । ଏହି ଚାଷ କମ ଖର୍ଚ୍ଚରେ ଅଧିକା ରୋଜଗାର ଦେଇଥାଏ । କୋରାପୁଟ ଜିଲ୍ଲାରେ ଧାନ ପରେ ଏହି ଚାଷ ଏବେ ଦ୍ୱତୀୟ ସ୍ଥାନରେ ରହିଛି । ପୂର୍ବରୁ ମାଣ୍ଡିଆରୁ କେବଳ ଜାଉ ପ୍ରସ୍ତୁତ କରି ଲୋକେ ଖାଉଥିଲେ । ଏହା ଗରିବ ଲୋକଙ୍କ ଖାଦ୍ୟ କୁହାଯାଉଥିଲା । ଏବେ ଏହାର ଗୁଣବତା ଜଣାପଡ଼ିବା ପରେ ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଉଛି । ମାଣ୍ଡିଆ ପକୁଡ଼ି, ମାଣ୍ଡିଆ ବରା, ମାଣ୍ଡିଆ ବିସ୍କୁଟ୍, ମାଣ୍ଡିଆ ସୁପ୍ ଓ ମାଣ୍ଡିଆ କେକ୍ ପ୍ରସ୍ତୁତ ହେଉଛି । ପ୍ରତ୍ୟେକ ଲୋକଙ୍କ ଖାଇବା ଥାଳିରେ ମାଣ୍ଡିଆରୁ ପ୍ରସ୍ତୁତ ଖାଇବା ବ୍ୟବହାର କରାଯାଉଛି ।

ମଣ୍ଡିଆ ଚାଷ କିଛି ନୁଆ ଚାଷ ନୁହେଁ । ପୂର୍ବରୁ ମାଣ୍ଡିଆ ଚାଷ କରୁଥିବା ଅନେକ ଚାଷୀ ଏହି ଚାଷ କରିବା ବନ୍ଦ କରିଦେଇଥିଲେ । କିନ୍ତୁ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଅନେକଙ୍କ ପାଇଁ ରୋଜଗାର ଆଣିଦେଇଛି । ଅନେକ ଲୋକ ମଧ୍ୟ ଏହି ଚାଷକୁ ଆପଣାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।