ଏଣିକି କଳିଙ୍ଗ ଷ୍ଟାଡିୟମ ଭିତରକୁ ଯାଇପାରିବେ ସାମ୍ବାଦିକ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମିଳିଲା ଅନୁମତି ।  ।

148

କନକ ବ୍ୟୁରୋ: ଏଣିକି ନିଜର ପରିଚୟପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମ ଭିତରକୁ ପ୍ରବେଶ କରିପାରିବେ ସାମ୍ବାଦିକ । ପୂର୍ବରୁ କେବଳ ବଡ଼ ବଡ଼ ଇଭେଣ୍ଟ ଅଥବା କୌଣସି କାର୍ଯ୍ୟକ୍ରମ ସମୟରେ ହିଁ ସାମ୍ବାଦିକ ମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବାକୁ ଅନୁମତି ଥିଲା । ଏବେ ସାମ୍ବାଦିକ ମାନେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ମଧ୍ୟରେ କ୍ରୀଡା ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ବିଭାଗ ସବୁବେଳେ ପ୍ରସ୍ତୁତ ରହିଛି । ସାମ୍ବାଦିକ ମାନେ ବିଭାଗ ସହ ଯୋଗାଯୋଗ କରିବା ସହିତ ପରିଚୟ ପତ୍ର ମାଧ୍ୟମରେ ୩ନଂ ଗେଟ୍ ମାଧ୍ୟମରେ ପ୍ରବେଶ କରିପାରିବେ ବୋଲି କୁହାଯାଇଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ପ୍ରଥମେ ୪ଲୋକସେବା ଭବନକୁ ୪ ବର୍ଷ ପରେ ସାମ୍ବାଦିକ ମାନଙ୍କୁ ପ୍ରବେଶ ଅନୁମତି ମିଳିଥିବା ବେଳେ ଏବେ କଳିଙ୍ଗ ଷ୍ଟାଡିୟମକୁ ପ୍ରବେଶ କରିବା ମଧ୍ୟ ସହଜ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି ।