ବଦଳିଲା ଭୁବନେଶ୍ୱର ଆମ୍ରି ହସ୍ପିଟାଲର ନାମ ।ଏବେ ମଣିପାଲ ହସ୍ପିଟାଲ ନାମରେ ହେବ ପରିଚିତ । ଘୋଷଣା କଲେ ହସ୍ପିଟାଲର ଚିଫ ପିପୁଲ ଅଫିସର ।

1,043

କନକବ୍ୟୁରୋ : ଭୁବନେଶ୍ୱରରେ ଥିବା ଆମ୍ରି ହସ୍ପିଟାଲକୁ ମିଳିଛି ନୂଆ ପରିଚୟ । ଏବେ ଏହା ମଣିପାଲ ହସ୍ପିଟାଲ ନାମରେ ପରିଚିତ ହେବ । ଏନେଇ ହସ୍ପିଟାଲର ଚିଫ ପିପୁଲ ଅଫିସର ଘୋଷଣା କରିଛନ୍ତି । ରୋଗୀଙ୍କୁ ଉନ୍ନତ ଧରଣର ସେବା ଯୋଗାଇବା ଏହି ହସ୍ପିଟାଲର ପ୍ରାଥମିକତା ରହିବ । ତେବେ ସବୁଠୁ ବଡ଼ କଥା ଆସନ୍ତା ମାସରୁ ଏଠାରେ ଲିଭର ପ୍ରତିରୋପଣ ସୁବିଧା ମିଳିପାରିବ ।

ସେହିପରି ଆଗକୁ ଅନ୍ୟ ଅଙ୍ଗ ପ୍ରତିରୋପଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । କ୍ୟାନସର ଚିକିତ୍ସା ପାଇଁ ମଣିପାଲ ହସ୍ପିଟାଲରେ ବ୍ୟବସ୍ଥା ରହିବ । ୨୦୨୫ ସୁଦ୍ଧା ଅଙ୍କୋଲୋଜି ବିଭାଗ ଖୋଲିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଅନ୍ୟ କର୍ପୋରେଟ ହସ୍ପିଟାଲ ଅପେକ୍ଷା ଏହି ହସ୍ପିଟାଲରେ କମ ଖର୍ଚ୍ଚରେ ଚିକିତ୍ସା ସୁବିଧା ମିଳିପାରିବ । ସେହିପରି ସମସ୍ତ ସରକାରୀ ସ୍ୱାସ୍ଥ୍ୟ ସେବା ଯୋଜନା ମଧ୍ୟ ଏଠାରେ ଉପଲବ୍ଧ ରହିବ ।