କନକ ବ୍ୟୁରୋ : ଏଟିଏମରୁ କେବଳ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଥାନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି ଏଟିଏମରୁ ଇଡଲି ମଧ୍ୟ ବାହାରିବ । ହେଲେ ଏବେ ଏଟିଏମରୁ ଇଡଲି ବାହାରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଏକ ଏଟିଏମରୁ ମହିଳା ଜଣଙ୍କ ଇଡଲି ବାହାର କରୁଥିବା ଦେଖିବାକୁ ମିଳିଛି ।

Advertisment

ସୂଚନା ମୁତାବକ ବେଙ୍ଗାଲୁରରେ ଏକ ଷ୍ଟାଟଅପ୍ କମ୍ପାନୀ ଏହି ଇଡଲି ଏଟିଏମ ପ୍ରସ୍ତୁତ କରିଛି । ଫଳରେ ଏବେ ବେଙ୍ଗାଲୁରର ଲୋକମାନେ ୨୪ ଘଂଟା ଇଡଲି ଖାଇବାର ମଜା ଉଠାଇ ପାରିବେ । ଏହି ଭିଡିଓକୁ ଦେଖିବା ପରେ ଖାଦ୍ୟପ୍ରେମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

ଦକ୍ଷିଣ ଭାରତରେ ଇଡଲି ଏକ ଲୋକପ୍ରିୟ ଖାଦ୍ୟ । ହେଲେ ଏବେ ସାରା ଦେଶରେ ଇଡଲିର ଲୋକପ୍ରିୟତା ରହିଛି । ଏହି ଭିଡିଓରେ ମହିଳା ଜଣଙ୍କ କହୁଛନ୍ତି କି ଆପଣ କିଭଳି ଏଟିଏମରୁ ଇଡଲି କିଣି ପାରିବେ । ମହିଳାଙ୍କ କହିବା ମୁତାବକ ଏହି ଇଡଲି ପାଇବାକୁ ହେଲେ ଆପଣଙ୍କୁ ଫ୍ରେସହଟକୁ ଆସିବାକୁ ପଡିବ । ଏଠାରେ ଏଟିଏମ ଉପରେ ଏକ ମେନ୍ୟୁ ସ୍କାନ ରହିଛି । ଆପଣ ଏଠାରେ ସ୍କାନ କରିବା ପରେ ଆପଣ ଚାହୁଁଥିବା ଇଡଲି ଓ ଚଟଣିର ଦାମ ଦେଖାଇବ । ଏହାପରେ ଆପଣ ସେଠାରେ ଥିବା କ୍ୟାସ କାଉଣ୍ଟରରେ ଟଙ୍କା ଜମା କରିବା ପରେ ଆପଣଙ୍କୁ ସୁସ୍ୱାଦୁ ଇଡଲି ସହ ଚଟଣି ମିଳିଯିବ ।