ବଜାର ପ୍ରବେଶ କଲା ଫିଓଲ ଆପ୍ । କାରବାର ଉପରେ ମିଳୁଛି ୫୦ ପ୍ରତିଶତ କ୍ୟାସବ୍ୟାକ୍ । ଆପ୍ ମାଧ୍ୟମରେ ପେଟ୍ରୋଲ ଓ ଡିଜେଲର ବିଲ୍ ହୋଇଯିବ ଅଧା

203

କନକ ବ୍ୟୁରୋ : କରୋନା ମହାମାରୀ ଲୋକଙ୍କର କ୍ରୟ କ୍ଷମତାକୁ ସିମିତ କରିଦେଇଛି । ଏମିତି କି ଖାଦ୍ୟ ସାମଗ୍ରୀ ସହ ଅନ୍ୟ ସମସ୍ତ ସାମଗୀର ଦର ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଯଦି କେହି କୁହେ କି ଏକ ଆପ୍ ମାଧ୍ୟମରେ ଆପଣ ଅଧା ଦାମରେ ସାମଗ୍ରୀ କିଣି ପାରିବେ । ତେବେ ଏକଥା ଆପଣଙ୍କୁ ମଜାକ୍ ଲାଗିବ । ହେଲେ ଏଭଳି ହିଁ ହେଉଛି । ଯଦି ଆପଣ ଫିଓଲ ଆପ ମାଧ୍ୟମରେ ଆପଣଙ୍କ ବିଲ୍ ପୈଠ କରୁଛନ୍ତି ।
ଏହି ଫିଓଲ ଆପ୍ ପେଟିଏମ ଓ ଫୋନ୍ ପେ ଆପ ଭଳି ଏକ ଆପ୍ । ଏହି ଆପ୍ ରେ ଆପଣ ପେମେଣ୍ଟ କଲେ ଆପଣଙ୍କୁ ଅଧା ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ମିଳି ପାରିବ । ଏହି ଆପ୍ କୁ ଆପଣ ପେଟ୍ରୋଲ, ଡିଜେଲ ଓ ସିଏନଜି କିଣିବା ବେଳେ ବ୍ୟବହାର କଲେ ଅଧିକ କ୍ୟାସ୍ ବ୍ୟାକ୍ ମିଳିବ ।
ଏହି ଆପ୍ ବ୍ୟବହାରକାରୀଙ୍କୁ ପେଟ୍ରୋଲ, ଡିଜେଲ, ସିଏନଜି ଓ ମଦ କିଣିବା ପରେ ଏହି ଆପ୍ ମାଧ୍ୟମରେ ପେମେଣ୍ଟ କଲେ ଆପଣଙ୍କୁ ୫୦ ପ୍ରତିଶତ ଟଙ୍କା ଫେରସ୍ତ ମିଳିବ । କ୍ୟାସବ୍ୟାକ୍ ହୋଇଥିବା ରାଶିରେ ଆପଣ ଘରୋଇ ସାମଗ୍ରୀ କିଣି ପାରିବା ସହିତ ଅନ୍ୟ କାହାକୁ ବି ଟଙ୍କା ପଠାଇ ପାରିବେ । ହେଲେ ଏହି କାରବାରେ ଆପଣଙ୍କୁ କେତେ ପ୍ରତିଶତ ରାଶି କ୍ୟାସବ୍ୟାକ୍ ମିଳିବ ତାହା ଆପଣଙ୍କ କାରବାର ଉପରେ ନିର୍ଭର କରେ ।
ଏହି ଆପ୍ ରେ ମିଳୁଥିବା କ୍ୟାସବ୍ୟାକ୍ ପେଟିଏମ ବା ଅନ୍ୟ ଆପ୍ ମାନଙ୍କ ଦ୍ୱାରା ମିଳୁଥିବା କ୍ୟାସବ୍ୟାକ୍ ଠାରୁ ସମ୍ପୁର୍ଣ୍ଣ ଅଲଗା । ଏହି ଆପ୍ ରେ ଆପଣଙ୍କୁ ସିଧା ସଳଖ କ୍ୟାସବ୍ୟାକ୍ ମିଳିବ ନାହିଁ । ସାମଗ୍ରୀ କିଣିବା ପରେ ମଳୁଥିବା ରସିଦକୁ ଆପଣ ଫଟୋ ଉଠାଇ ଏହି ଆପ୍ ରେ ଅପଲୋଡ କରନ୍ତୁ । ଏହା ପରେ ଏହି ଆପ୍ କୁ ଆପଣଙ୍କ କ୍ୟାସ୍ ବ୍ୟାକ୍ ରାଶି ଆସିଯିବ । ଏହି କ୍ୟାସବ୍ୟାକ୍ ରାଶିକୁ ଆପଣ ଆପଣଙ୍କ ଇଚ୍ଛା ମୁତାବକ ଖର୍ଚ୍ଚ କରିପାରିବେ । ଏହି ଆପ୍ ରେ ଆପଣ ୨ ହଜାର ଟଙ୍କାର ବିଲ୍ କୁ ଅପଲୋଡ କରିପାରିବେ । ଏହା ଠାରୁ ଅଧିକତମ ରାଶିର ରସିଦ ଅପଲୋଡ କଲେ ଆପଣଙ୍କୁ କ୍ୟାସ୍ ବ୍ୟାକ୍ ମିଳିବ ନାହିଁ ।
ଏହି ଆପ୍ ଏବେ ଗୁଗଲ ପ୍ଲେଷ୍ଟୋରରେ ଉପଲବ୍ଧ ହୋଇଛି । ଆପଣ ପ୍ଲେଷ୍ଟୋରକୁ ଯାଇ ଫିଓଲ (ୠଣଙଙଖ) ସର୍ଚ୍ଚ କରନ୍ତୁ ଓ ଏହା ପରେ ଅନ୍ୟ ଆପ୍ ଭଳି ଏହାକୁ ଇନଷ୍ଟଲ କରି ଦିଅନ୍ତୁ ।