ମୋଦୀଙ୍କ ଲୋକପ୍ରିୟତାକୁ ଆହୁରି ଅଧିକ ତ୍ବରାନ୍ବିତ କରିବାକୁ ନେତାଙ୍କ ପ୍ରୟାସ । ରାଜ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଖୋଲିଲା ନମୋ ଷ୍ଟଲ୍, ଉପଲବ୍ଧ ହେବ ଟି ସାର୍ଟ, ଟୋପି ଏବଂ ଚାବି ରିଂ

Advertisment
ମୋଦୀଙ୍କ ଲୋକପ୍ରିୟତାକୁ ଆହୁରି ଅଧିକ ତ୍ବରାନ୍ବିତ କରିବାକୁ ନେତାଙ୍କ ପ୍ରୟାସ । ରାଜ୍ୟ ବିଜେପି କାର୍ଯ୍ୟାଳୟ ସାମ୍ନାରେ ଖୋଲିଲା ନମୋ ଷ୍ଟଲ୍, ଉପଲବ୍ଧ ହେବ ଟି ସାର୍ଟ, ଟୋପି ଏବଂ ଚାବି ରିଂ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ନିର୍ବାଚନରେ ବ୍ୟବହାର କରିବାର କୌଣସି ସୁଯୋଗକୁ ବିଜେପି ହାତଛଡ଼ା କରିବାକୁ ଚାହୁଁ ନାହିଁ। ‘ମୋଦୀ ସରକାର-ଫିର୍ ଏକ ବାର୍’ ଏବଂ ‘ନମୋ ଏଗେନ୍’ କ୍ୟାମ୍ପେନ୍କୁ ଆହୁରି ଅଧିକ ତ୍ବରାନ୍ବିତ କିରବା ନିମନ୍ତେ ମୋଦୀ ପ୍ରଶଂସକଙ୍କ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ‘ନମୋ ଆପ୍ ମର୍ଚ୍ଚେଣ୍ଡାଇଜ୍’ ଷ୍ଟଲ୍ ଖୋଲାଯାଇଛି।

publive-image

ଏଥିରେ ବିଭିନ୍ନ ପ୍ରକାର ଟି ସାର୍ଟ, ଟୋପି, ଚାବି ରିଂ ଆଦି ସାମଗ୍ରୀ ଉପଲବ୍ଧ ହେବ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଲୋକ ଏହି ସାମଗ୍ରୀକୁ କିଣିପାରିବେ। ଏହି ସୁବିଧା ପୂର୍ବରୁ କେବଳ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହେଉଥିଲା ବେଳେ ବର୍ତ୍ତମାନ ଏହା ଅଫଲାଇନରେ ମିଳିପାରିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

publive-image

ଏହି ଷ୍ଟଲ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ ଦାଶ, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପିଙ୍କି ପ୍ରଧାନ, ପଞ୍ଚାନନ ନାୟକ ଓ ନମୋ ଆପ୍ ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe