କନକ ବ୍ୟୁରୋ : ରାଜ୍ୟ ସରକାର ଆଜି ତାଙ୍କର ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ଏହି କ୍ରମରେ ଅର୍ଥ ବିଭାଗ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ପାଠ କରିଥିଲେ । ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ନାମରେ ନାମିତ କରିଛନ୍ତି । ଏହାସହ ଏହି ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟର ଗରିବ ଶ୍ରେଣୀର ପୁରୁଷ ୫ ଲକ୍ଷ ମହିଳାମାନେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ପାଇପାରିବେ ।

Advertisment