ଜଗନ୍ନାଥଙ୍କ ପ୍ରେମରେ ବିଦେଶିନୀ : ୧୧ ବର୍ଷ ହେଲା ୟୁରୋପ ବାଲେଶ୍ୱରରେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି ଲୀଳାବତି

185

କନକ ବ୍ୟୁରୋ : ଜଗା ପ୍ରେମରେ ବିଦେଶିନୀ । ୧୧ବର୍ଷ ହେଲା ୟୁରୋପ ଛାଡି ବାଲେଶ୍ୱରରେ ରହୁଛନ୍ତି ଲୀଳାବତି ଦାସୀ । ମହାପ୍ରଭୁଙ୍କ ସେବା କରି ସନ୍ୟାସ ଜୀବନ ବିତାଇଦେବା ପାଇଁ ଖନ୍ତାପଡାରେ ରହୁଛନ୍ତି ୟୁରୋପ ନାଗରିକ । ତେବେ କରୋନା ଯୋଗୁୁଁ ୨ବର୍ଷ ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇପାରୁଥିବାରୁ ବେଶ ଖୁସି ବ୍ୟକ୍ତି କରିଛନ୍ତି ଜଗାଙ୍କ ପ୍ରେମରେ ଥିବା ଏହି ବିଦେଶୀନି । ଶ୍ରୀକୃଷ୍ଣ ଚୈତନ୍ୟ ମିଶନରେ ଯୋଡି ହୋଇ ୧୧ବର୍ଷ ତଳେ ଚାରିଧାମ ଦର୍ଶନ ପାଇଁ ଆସିଥିଲେ ।

ଏହା ପରେ କୁମ୍ଭମେଳାରେ ଯୋଗଦେଇ ବିଦେଶ ଫେରି ଯିବାର ଥିଲା ହେଲେ ସେ ଆଉ ଫେରିଲେ ନାହିଁ । ଶ୍ରୀକୃଷ୍ଣ ଚୈତନ୍ୟ ମିଶନରେ ଥିବା ଖନ୍ତାପଡା ମଠରେ ଦାସୀ ହୋଇ ଶ୍ରୀକୃଷ୍ଣ ସେବାରେ ଲାଗିଛନ୍ତି । ଜଗନ୍ନାଥ ଓ ଶ୍ରୀକୃଷ୍ଣକୁ ପୂଜାର୍ଚ୍ଚନା କରିବା ସହ ସୁନ୍ଦର ସୁନ୍ଦର ଜଗନ୍ନାଥ ଭଜନ ଗାଇବା, ସଂସ୍କୃତ ଅନୁବାଦ ଜଗନ୍ନାଥ ମନ୍ତ୍ର ଗାଇବା ଆଉ ତାକୁ ବୁଝାଇବାରେ ବେଶ ପାରଙ୍ଗମ ହୋଇ ଯାଇଛନ୍ତି ଲୀଳାବତୀ । ୧୧ବର୍ଷ ଭିତରେ ଓଡ଼ିଆ କହିବା ଶିଖି ଯାଇଛନ୍ତି । ଖାଲି କହିବା ଶିଖି ନାହାନ୍ତି ଓଡ଼ିଆ ବହି ବି ପଢିପାରୁଛନ୍ତି ।