ଜିଓକୁ କଡା ଟକ୍କର ଦେବା ପାଇଁ ଏବେ ବଜାରରେ ନୂଆ ଅଫର ଲଞ୍ଚ କଲା ଏୟାରଟେଲ, ଜାଣନ୍ତୁ କଣ କଣ ସୁବିଧା ମିଳିବ ଏହି ଅଫରରେ

77

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସାରା ଦେଶରେ ଟେଲିକମ କମ୍ପାନୀମାନେ ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କୁ ନିଜ କମ୍ପାନୀର ଗ୍ରାହକ ହେବା ପାଇଁ ଆକୃଷ୍ଟ କରୁଥିବାର ଦେଖାଯାଇଛି । ତେବେ ଜିଓ ସାରା ଦେଶରେ ଯେପରି ଭାବରେ ଦମଦାର ଅଫର ଦେଇ ସାରା ଭାରତର ଲୋକମାନଙ୍କୁ ନିଜ ଆଡକୁ ନେଉଛି ତାହା ଫଳରେ ଅନ୍ୟ କମ୍ପାନୀମାନେ ଦେବାଲିଆ ପରିସ୍ଥିତିକୁ ଚାଲିଗଲେଣି । ତେବେ ଏହାରି ମଧ୍ୟରେ ଏୟାରଟେଲ୍ ପୁଣିଥରେ ଏକ ଶସ୍ତା ପ୍ରି-ପେଡ୍ ପ୍ଲାନ୍ ଲଂଚ୍ କରିଛି । ଏହି ପ୍ଲାନର ମୂଲ୍ୟ ରହିଛି ୧୬୮ ଟଙ୍କା । ଏହା ସିଧାସଳଖ ଭାବେ ଭୋଡାଫୋନର ୧୫୯ ପ୍ଲାନକୁ ଟକ୍କର ଦେବ । କମ୍ପାନୀର ଏହି ପ୍ଲାନରେ ଅନଲିମିଟେଡ୍ କଲିଂ ସହ ଡାଟା ମଧ୍ୟ ମିଳିବ । ଆସନ୍ତୁ ଜାଣିବା ଏହି ପ୍ଲାନ ସମ୍ବନ୍ଧରେ ।

କଣ ରହିଛି ଫାଇଦା

ସୂଚନାଯୋଗ୍ୟ କି, ଗତ ସପ୍ତାହରେ ଏୟାରଟେଲ୍ ୫ଟି ନୂଆ ପ୍ଲାନ ବଜାରକୁ ଛାଡିଥିଲା । ଅନଲିମିଟେଡ୍ କଲିଂ ସହ ୨୮ ଦିନ ପର୍ଯ୍ୟନ୍ତ ଦୈନିକ ୧୦୦ଟି ମେସେଜ୍ ମିଳିବା ନେଇ ପ୍ଲାନରେ ଅଫର ଥିଲା । ଏହି ପ୍ଲାନର ବୈଧତା ମଧ୍ୟ ୨୮ ଦିନ ରହିଛି । ରୋମିଂ ଏବଂ ଆଉଟଗୋଇଙ୍ଗ୍ ଫ୍ରି ସହ ପ୍ରତିଦିନ ୧ ଜିବି ଡାଟାର ଲାଭ ଉଠାଇପାରିବେ ଗ୍ରାହକ । କଲିଂ ଏବଂ ଡାଟା ବ୍ୟତୀତ ଏହି ଅଫରରେ ଫ୍ରି ହେଲୋ ଟ୍ୟୁନ୍ ମିଳିବ । ରିଚାର୍ଜର କିଛି ସମୟ ମଧ୍ୟରେ ହେଲୋ ଟ୍ୟୁନ୍ ଆକ୍ଟିଭେଟ୍ ହୋଇଯିବ । ଏହା ଆକ୍ଟିଭ ହେବା ପରେ ଗ୍ରାହକ ନିଜ ମନ ମୁତାବକ ଏହାକୁ ବଦଳାଇ ପାରିବେ ।