କିଶୋରଙ୍କ ଠାରେ ୮୦% ପ୍ରଭାବୀ ନୋଭାଭାକ୍ସର ଦୁଇଟି ଡ଼ୋଜ୍ : ୧୨ରୁ ୧୭ ବର୍ଷିୟ ପିଲାଙ୍କ ଠାରେ କରାଯାଇଥିବା ପରୀକ୍ଷାରୁ ଆସିଲା ତଥ୍ୟ

କିଶୋରଙ୍କ ଠାରେ ୮୦% ପ୍ରଭାବୀ ନୋଭାଭାକ୍ସର ଦୁଇଟି ଡ଼ୋଜ୍ : ୧୨ରୁ ୧୭ ବର୍ଷିୟ ପିଲାଙ୍କ ଠାରେ କରାଯାଇଥିବା ପରୀକ୍ଷାରୁ ଆସିଲା ତଥ୍ୟ

କନକ ବ୍ୟୁରୋ : କିଶୋରଙ୍କ ପାଇଁ ୮୦ % ପ୍ରଭାବି ନୋଭାଭାକ୍ସ ଟିକାର ଦୁଇଟି ଡୋଜ୍ । ଗତ ସେପ୍ଟେମ୍ବର ମାସରେ କରାଯାଇଥିବା ପରୀକ୍ଷାରୁ ଏହି ତଥ୍ୟ ମିଳିଥିବା ଆମେରିକୀୟ ଟିକା ନିର୍ମାତା କମ୍ପାନୀ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ମାସରେ ୨ହଜାରରୁ ଅଧିକ ୧୨ ରୁ ୧୮ ବର୍ଷର ପିଲାଙ୍କଠାରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା ।

ଏଥିସହ କରୋନାର ସବୁଠାରୁ ମାରାତ୍ମକ ପ୍ରଜାତି ଡେଲଟା ବିରୋଧରେ ଏହି ଟିକା ୮୨ ପ୍ରତିଶତ ପ୍ରଭାବି ବୋଲି ଦାବି କରାଯାଇଛି । କିଶୋରଙ୍କ ଟିକାକରଣ ପାଇଁ ଖୁବଶ୍ରୀଘ୍ର ଅନୁମତି ମାଗାଯିବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe