କନକ ବ୍ୟୁରୋ: ସର୍ବିଆ ଟେନିସ୍ ଖେଳାଳି ନୋବାକ୍ ଜୋକୋବିଚ୍ ରଚିଲେ ଇତିହାସ । ୟୁଏସ୍ ଓପନ୍ ୨୦୨୩ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଲେ । ଏହା ଜୋକୋବିଚଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ କ୍ଷେତ୍ରରେ ସବୁଠୁ ଅଧିକ ଟାଇଟଲ ଜିତିବାରେ ଆଗଧାଡିର ଖେଳାଳି ହୋଇପାରିଛନ୍ତି । ସେ ମେଦଭେଦେବଙ୍କୁ ୬-୩, ୭-୬, ୬-୩ ପଏଣ୍ଟରେ ହରାଇଛନ୍ତି ।

Advertisment

ଏହି ଟାଇଟଲ ଜିତି ୩୬ ବର୍ଷୀୟ ଜୋକୋବିଚ୍ ଆମେରିକାର ସେରେନା ୱିଲିୟମ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି, ଯିଏ ୨୩ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ ।ଆସନ୍ତୁ ଜାଣିବା କିଏ ଜିତିଛନ୍ତି କେତେ ଗ୍ରାଣ୍ଡସ୍ଲାମ :
ଗ୍ରାଣ୍ଡସ୍ଲାମ୍ (ପୁରୁଷ ସିଙ୍ଗିଲ୍ସ)
ନୋବାକ୍ ଜୋକୋବିଚ୍: ୨୪(ଅଷ୍ଟ୍ରେଲିଆନ୍-୧୦, ଫେଞ୍ଚ-୩, ଓି୍ୱମ୍ବଲ୍ଡନ୍-୭ ଓ ୟୁଏସ୍-୪)
ରାଫେଲ ନାଦାଲ: ୨୨(ଅଷ୍ଟ୍ରେଲିଆନ୍-୨, ଫ୍ରେଞ୍ଚ -୧୪, ଓି୍ୱମ୍ବଲ୍ଡନ୍-୨ ଏବଂ ୟୁଏସ୍-୪)
ରୋଜର ଫେଡେରର: ୨୦(ଅଷ୍ଟ୍ରେଲିଆନ୍-୬, ଫ୍ରେଞ୍ଚ-୧, ଓି୍ୱମ୍ବଲ୍ଡନ-୮ ଏବଂ ୟୁଏସ୍-୫)
ପିଟ୍ ସେମ୍ପ୍ରାସ୍- ୧୪ (ଅଷ୍ଟ୍ରେଲିଆନ୍-୨, ଫ୍ରେଞ୍ଚ-୦, ଓି୍ୱମ୍ବଲ୍ଡନ-୭ ଏବଂ ୟୁଏସ୍-୫)