କନକ ବ୍ୟୁରୋ : ନିପାତ ହେଲା ପଠାନ କୋଟ ଆକ୍ରମଣର ମାଷ୍ଟରମାଇଣ୍ଡ । ଅଜଣା ଦୁବୃର୍ତର ଗୁଳିମାଡ଼ର ଚାଲିଗଲା କୁଖ୍ୟାତ ଆତଙ୍କୀ ସାହିଦ ଲତିଫର ଜୀବନ । ଏନଆଇଏ ପାଇଁ ମୋଷ୍ଟ ୱାଂଟଡ୍ ତାଲିକାରେ ଥିଲା ସାହିଦ ଲତିଫ । ଆତଙ୍କୀଙ୍କ ଚରାଭୂଇଁ ପାଲଟିଥିବା ପାକିସ୍ତାନରେ କିଏ ଓ କାହିଁକି ଲତିଫକୁ ହତ୍ୟା କଳା ତାହା ଅସ୍ପଷ୍ଟ । ୨୦୧୬ରେ ପଞ୍ଜାବ ପଠାନକୋଟର ଏୟାରବେସ୍ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈଶ-ଏ ମହମ୍ମଦ କରିଥିଲା । ଏହି ଘଟଣାରେ ଭାତୀୟ ସେନାର ୭ ବୀର ଯବାନ ସହିଦ ହୋଇଥିଲେ । ଆକ୍ରମଣ ଘଟଣା ପରେ ତଦନ୍ତ ବେଳେ ଜଣାପଡ଼ିଥିଲା ଏଥିରେ ଲତିଫର ହାତ ରହିଛି ।