କନକ ବ୍ୟୁରୋ : ଜଳେଶ୍ୱରରେ ଦୁର୍ଦ୍ଦାନ୍ତ ଅପରାଧୀ ରତନ ଦାସ ଓରଫ ଜଗାକୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ ତାକୁ ନିଜ ଗାଁ କୁରୁଣ୍ଠିଆରେ ହତ୍ୟା କରାଯାଇଛି । ଗାଡି ଚାଳକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ବେଳେ ଗାଡି ଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ରୁଜୁ କରିବା ସହ ଛାନଭିନ ଆରମ୍ଭ କରିଛି । ତେବେ ଜଗା ନାଁରେ ରାଜ୍ୟ ସମେତ ରାଜ୍ୟ ବାହାରେ ଅର୍ଥାତ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଗୋଆରେ ମଧ୍ୟ ବିଭିନ୍ନ ଥାନାରେ ମାମଲା ରହିଛି । ହତ୍ୟା ଉଦ୍ୟମ, ହତ୍ୟା, ଛିନତାୟୀ, ଲୁଟ୍ ଓ ଚୋରା ବନ୍ଧୁକ ଚାଲାଣ ଭଳି ସଂଗୀନ ଅଭିଯୋଗ ସବୁ ତା ନାଁରେ ଅଛି ।
ସୂଚନା ମୁତାବକ ପ୍ରତିଦିନ ଭଳି ଗତକାଲି ବିଳମ୍ବିତ ରାତିରେ ଜଗା ବିଭିନ୍ନ ଗାଡ଼ିରୁ ଦାଦାବଟି ଆଦାୟ କରୁଥିବା ବେଳେ ଗାଡ଼ିଚାଳକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିପାଇଁ ଜଗାକୁ ହତ୍ୟା କରାଯାଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ଏହା ଏକ ଦୁର୍ଘଟଣା ବୋଲି ଆଲୋଚନା ଜୋର ଧରିଛି। ତେବେ କମର୍ଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଜଗାର ଅନ୍ତର୍ରାଜ୍ୟ ଅପରାଧୀ ସହ ଲିଙ୍କ ଥିବା ଯୋଗୁ ଅଧିକ ତଦନ୍ତର ଆବଶ୍ୟକତା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/vlcsnap-2020-07-18-09h07m03s155.png)