କଟକରେ ପୁଣି ଏନକାଉଂଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୁଗା ଖାନ୍ ଆହତ, ଏସସିବିରେ ଭର୍ତି । ସଦର ଥାନା ପିସିଆର ଭ୍ୟାନ୍ ଉପରକୁ ବୋମାମାଡ ଘଟଣାରେ ଥିଲା ସଂପୃକ୍ତି

Advertisment
କଟକରେ ପୁଣି ଏନକାଉଂଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୁଗା ଖାନ୍ ଆହତ, ଏସସିବିରେ ଭର୍ତି । ସଦର ଥାନା ପିସିଆର ଭ୍ୟାନ୍ ଉପରକୁ ବୋମାମାଡ ଘଟଣାରେ ଥିଲା ସଂପୃକ୍ତି

କନକ ବ୍ୟୁରୋ : କଟକରେ ପୁଣି ଏନକାଉଂଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଯୁଗା ଖାନ୍ ଆହତ । ବିଳମ୍ବିତ ରାତିରେ କଟକ କମିଶନରେଟ୍ ପୋଲିସ ଏହି ଏନକାଉଂଟର କରିଛି । ଯୁଗା ଖାନର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖରେ କଟକ ସଦର ଥାନା ପିସିଆର ଗାଡି ଉପରକୁ ବୋମାମାଡ ଘଟଣାରେ ସଂପୃକ୍ତ ଥିଲା ଯୁଗା ଖାନ୍ । ପୂର୍ବରୁ ଯୁଗାର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧି କାକୁ ସିଂକୁ ବି ପୋଲିସ ଏନକାଉଂଟର କରିଥିଲା ।

publive-image

ସୂଚନାଯୋଗ୍ୟ, କଟକ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣଝରିଲୋ ଠାରେ ପୋଲିସ ଗୁଳିରେ ଯୁଗା ଖାନ୍ ନାମକ ଜଣେ ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି। ଯୁଗାଙ୍କ ଡାହାଣ ଗୋଡ଼ ଆଣ୍ଠିୁରେ ଗୁଳି ବାଜିଛି। ଆହତ ଯୁଗାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଠାରୁ ୩ଟି ବୋମା ଜବତ କରାଯାଇଛି। ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ଵାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ। ମାତ୍ର ଯୁଗା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା। ଯୁଗା ନାମରେ ବିଭିନ୍ନ ଥାନାରେ ବିଭିନ୍ନ ଅପରାଧିକ ମାମଲା ଥିବା ସଦର ଥାନା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe