ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ମେ ୬ ତାରିଖ ଯାଏଁ ନାମାଙ୍କନ ଦାଖଲ ।

ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ ।

153

କନକ ବ୍ୟୁରୋ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସବୁ ଆସନରେ ଆସନ୍ତା ମେ’ ୨୫ ତାରିଖରେ ନିର୍ବାଚନ ହେବ । ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠୁ ନାମାଙ୍କନ ଦାଖଲ ହୋଇପାରିବ । ମେ’ ୭ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ମେ’ ୯ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ।
ମେ ୨୫ରେ ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ପଡ଼ିବ ଭୋଟ ।

ସମ୍ବଲପୁର କୁଚିଣ୍ଡା ଓ ରେଢାଖାଲରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଦେବଗଡ଼ରେ ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଏହା ସହ ଅନ୍ୟ ସମସ୍ତ ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇପାରିବ । ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ଭୋଟର ରହିଛନ୍ତି ।