କନକ ବ୍ୟୁରୋ : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂ ପଦ ଛାଡିବା ପରେ ହେବ ଉପନିର୍ବାଚନ । ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ । ମେ ୨୬ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ତାରିକ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଜୁନ୍ ୩ରେ ନାମାଙ୍କନ ଯାଞ୍ଚ, ୬ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାର ଅବଧୀ ରହିବ ।
ତେବେ ଜୁନ୍ ୧୩ରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଜୁନ୍ ୧୩ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । ତେବେ ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬ ଏପ୍ରିଲ ଯାଏଁ ରହିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/34-14.jpg)