କନକ ବ୍ୟୁରୋ : ଅଯୋଧ୍ୟା ରାମ ମନ୍ଦିର ପାଇଁ ହେବ ପୂଜକ ନିଯୁକ୍ତି । ଏଥିପାଇଁ ବାହାରିଛି ବିଜ୍ଞାପନ । ଅକ୍ଟୋବର ୩୧ତାରିଖ ସୁଦ୍ଧା ପୂଜକ ପଦ ପାଇଁ କରିହେବ ଆବେଦନ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ଏହି ବିଜ୍ଞାପନ ପ୍ରକାଶ ପାଇଛି । ଆସନ୍ତା ଜାନୁଆରୀ ୨୨ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ହେବ । ଏଥିପାଇଁ ବିଭିନ୍ନ ପୂଜକ ପଦ ପାଇଁ ଟ୍ରଷ୍ଟ ନିଯୁକ୍ତି ବାହାରିଛି । ନିଯୁକ୍ତିରେ ସ୍ୱଚ୍ଛତା ରଖିବା ପାଇଁ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଆବେଦନ କରିବା ପରେ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଏହାପରେ ତାଲିମ ନେଇ ରାମ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରିବାକୁ ଯୋଗ୍ୟ ହେବେ ପ୍ରାର୍ଥୀ । ପଣ୍ଡିତ ମାନଙ୍କ ଦ୍ୱାରା ଏହି ତାଲିମ ଦିଆଯିବ । ରାମ ମନ୍ଦିରରେ ବିଭିନ୍ନ ପୂଜକ ପଦବୀ ପାଇଁ ନିଯୁକ୍ତି ଦେବାକୁ ଏହି ବିଜ୍ଞାପନ ବାହାରିଛି ।

Advertisment

ରାମ ମନ୍ଦିରରେ ଚାକିରି ବିଜ୍ଞାପନ
- ରାମ ମନ୍ଦିରର ପୂଜକ ପାଇଁ ବିଜ୍ଞପ୍ତି
- ୩୧ ଅକ୍ଟୋବର ସୁଦ୍ଧା କରିପାରିବେ ଆବେଦନ
- ବୟସ ସୀମା ୨୦ରୁ ୩୦ ବର୍ଷ
- ପ୍ରବେଶିକା ପରୀକ୍ଷାରେ ଉତିର୍ଣ୍ଣ ହେଲେ ସ୍ୱତନ୍ତ୍ର ତାଲିମ
- ୬ମାସ ତାଲିମ ପରେ ନିଯୁକ୍ତି
- ତାଲିମ ବେଳେ ୨ହଜାର ଟଙ୍କା ଛାତ୍ରବୃତ୍ତି
- ପଣ୍ଡିତମାନେ ଦେବେ ତାଲିମ
- ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ
- ଗୁରୁକୂଳ ଶିକ୍ଷା ସହିତ ରାମାନନ୍ଦୀୟ ପରମ୍ପରା ଦିକ୍ଷା ବାଧ୍ୟତାମୂଳକ
- ଆବେଦନକାରୀ ଅଯୋଧ୍ୟାରୁ ହୋଇଥିଲେ ମିଳିତ ପ୍ରାଧାନ୍ୟ
- ଆସନ୍ତା ବର୍ଷ ଜାନୁୟାରୀରେ ରାମ ମନ୍ଦିର ପ୍ରତିଷ୍ଠା ହେବ
- ଆସନ୍ତା ଜାନୁୟାରୀ ୨୨ତାରିଖରେ ରାମ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ
- ଏଥିପାଇଁ ବିିଭିନ୍ନ ପୂଜକ ପଦବୀ ପାଇଁ ବାହାରିଛି ବିଜ୍ଞପ୍ତି