୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପ୍ରକାଶ ପାଇଲା ବିଜ୍ଞପ୍ତି ।

1,043

କନକ ବ୍ୟୁରୋ : ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀସ୍ଥନ କଲେଜଗୁଡ଼ିକରେ ଆସନ୍ତା ୨୯ ତାରିଖରୁ ଯୁକ୍ତ ୩ ଶେଷ ସେମିଷ୍ଟାର ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦୁଇଟି ସିଟିଂରେ ଅକ୍ଟୋବର ୩ ତାରିଖ ଯାଏଁ ଏହି ପରୀକ୍ଷା ଚାଲିବ । ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଓଏମଆର ସିଟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ଶେଷ ହେବାର ୮ରୁ ୧୦ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ ।