କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୭ ତାରିଖ ଯାଏଁ ଏହା ଜାରି ରହିବ । ୧୮ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିଭଳି ୨୧ ନଭେମ୍ବର ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ ।

Advertisment

୫ ଡିସେମ୍ବରରେ ନିର୍ବାଚନ ହେବାକୁ ଥିବା ବେଳେ ୮ ଡିସେମ୍ବରରେ ଭୋଟ ଗଣତି ହେବ । ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏଯାବତ୍ ରାଜ୍ୟର ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ପଦ୍ମପୁର ଦଖଲ ପାଇଁ ୩ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ଚାଲିଥିବା କାହା ଖାତାକୁ ଏହି ଆସନ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗୋଟିଏ ପଟେ ବିଜେଡି ଦଳର ବରିଷ୍ଠ ନେତା ଓ ସ୍ଥାନୀୟ ନେତାଙ୍କ ମଧ୍ୟରେ ପଦ୍ମପୁର ଦାୟିତ୍ୱ ବାଣ୍ଟିଥିବା ବେଳେ ବିଜେପି ପକ୍ଷରୁ ନିର୍ବାଚନ ପରିଚାଳନା ନେଇ ଦଳର ସ୍ଥାନୀୟ ନେତାଙ୍କୁ ଦାୟିତ୍ୱ ମିଳିଛି ।