ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ । ୩ଟି ସିଟିଂରେ ହେବ ପରୀକ୍ଷା, ଚଳିତବର୍ଷ ଓଜେଇଇ ପାଇଁ ଆବେଦନ କରିଛନ୍ତି ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ।

340

କନକ ବ୍ୟୁରୋ : ଓଜେଇଇ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀ । ଏଥର ୩ଟି ସିପ୍ଟିଂରେ ହେବ ପରୀକ୍ଷା  । ଅକ୍ଟୋବର ୧୨ ଓ ୧୯ ଯାଏଁ ଦୁଇ ଘଂଟା ଅବଧି ବିଶିଷ୍ଟ ପରୀକ୍ଷା କରାଯିବ । ଚଳିତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଓଜେଇଇ ଲାଗି ଆବେଦନ କରିଛନ୍ତି । ମୋଟ ୭୯ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ଏନେଇ ଆବେଦନ କରିଛନ୍ତି ।

ଏନେଇ ଅକ୍ଟୋବର ୫ ତାରିଖରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ । ଲଗଇନ୍ ଆଇଡି ଓ ପାସୱାର୍ଡ ବ୍ୟବହାର କରି ଛାତ୍ରଛାତ୍ରୀ ମାନେ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ।