କନକ ବ୍ୟୁରୋ : ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି । ଇନିସିଆଲ ଆପଏଣ୍ଟିଙ୍କୁ ଏବେ ସ୍ଥାୟୀ ନିଯୁକ୍ତି । ଗ୍ରୁପ୍-ବି,ଗ୍ରୁପ୍-ସି ଓ ଗ୍ରୁପ-ଡିରେ ଆଉ ରହିବନି ଚୁକ୍ତିଭିତ୍ତିକ ନିଯୁକ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ନିଯୁକ୍ତି ପାଇବା ଦିନଠାରୁ ସେମାନଙ୍କର ଇନକ୍ରିମେଣ୍ଟ ହିସାବ କରାଯିବ । ୬ ବର୍ଷ ପୂରଣ କରିଥିଲେ ବି ନିଯୁକ୍ତି ଦିନରୁ ଇନକ୍ରିମେଣ୍ଟ ହିସାବ ହେବ । ଇନକ୍ରିମେଣ୍ଟ ସହ ପଦୋନ୍ନତି ବି ମିଳିବ । ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ହେବେ ନିୟମିତ । ଏନେଇ ଗତକାଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ସଭାପତି କହିଛନ୍ତି, ଆମର ଦୀର୍ଘଦିନର ସ୍ୱପ୍ନ ପୂରଣ ହେଲା । ମୁଖ୍ୟମନ୍ତ୍ରୀ କଥା ଦେଇ କଥା ରଖିଛନ୍ତି । ଛୁଟିଦିନ ଥିବା ସତ୍ତେ୍ୱ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଚୁକ୍ତିଭିତ୍ତିକ ପ୍ରଥା ରାଜ୍ୟ ସରକାର ଉଚ୍ଛେଦ କରିଛନ୍ତି , ଓଡିଶାରେ ଆଉ ଚୁକ୍ତିଭିତ୍ତିକ ନିଯୁକ୍ତି ରହିବନି । ୨୦୧୩-୧୪ରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ ହୋଇଥିଲା । ଯାହାକୁ ଉଚ୍ଛେଦ କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ୫୭ ହଜାରରୁ ଅଧିକ କର୍ମଚାରୀ ନିୟମତି ହେବେ । ଆଉ ଏଥିପାଇଁ ବାର୍ଷିକ ୧୩୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
Follow Us