ସବ-ଇନସପେକ୍ଟର ପାଇଁ ଆଶାୟୀ କି ? ରାଜ୍ୟ ସରକାର ଦେଉଛନ୍ତି ବଡ ସୁଯୋଗ

62

କନକ ବ୍ୟୁରୋ :  ବେକାର ଯୁବକ ଓ ଯୁବତୀଙ୍କ ପାଇଁ ବଡ ଖବର । ସବ ଇନସପେକ୍ଟର ହେବା ପାଇଁ ଆଶା ଅଛି କି । ତେବେ ରାଜ୍ୟ ସରକାର ଆଣିଛନ୍ତି ସୁବର୍ଣ୍ଣ ସୁଯୋଗ । ରାଜ୍ୟର ପୋଲିସ ବିଭାଗରେ ଖାଲି ଥିବା ୯୨ଟି ପୋଲିସ ସବ ଇନସପେକ୍ଟର ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ରାଜ୍ୟ ଷ୍ଟାଫ ସିଲେକସନ କମିଶନ ଦ୍ୱାରା ଏହି ପଦବୀ ଗୁଡିକ ପୂରଣ କରିବା ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ସୁଚନାଯୋଗ୍ୟ ଯେ, ପୋଲିସ ବିଭାଗର ଖାଲିଥିବା ମୋଟ ୧୮୪ଟି ପଦବୀ ମଧ୍ୟରୁ ୯୨ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ବେେଳେ ବାକି ୯୨ଟି ପଦବୀ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରାଯିବ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ପୋଲିସ ମୋଟର ପରିବହନ ବିଭାଗରେ ୨୩୧ଟି ଡ୍ରାଇଭର ପଦବୀ ପୂରଣ ପାଇଁ ମଧ୍ୟ ନିଷ୍ପତି କରାଯାଇଛି ।