ଡ଼ିସେମ୍ବର ୧୦ ରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ୍ : ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ , ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା ଅଭିଯୋଗ ଶୁଣିଲେ କୋର୍ଟ

238

କନକ ବ୍ୟୁରୋ :  ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତି ବିବାଦ ମାମଲା । ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ । ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ।

ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା ଅଭିଯୋଗ ଶୁଣିଲେ କୋର୍ଟ । ଅଭିଯୋଗରେ ତଥ୍ୟପ୍ରମାଣ ଥିବା ନେଇ କୋର୍ଟରେ ଦର୍ଶାଯାଇଥିବା ନେଇ ମିଳିଛି ସୂଚନା । ଏନେଇ ସୂଚନା ଦେଲେ ଅନୁଭବଙ୍କ ଆଇନଜୀବୀ ଅଶ୍ୱିନୀ ଦୁବେ ।

ତେବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧୦ରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବେ ବର୍ଷା । ତେବେ ଆଜି କୋର୍ଟରେ ବର୍ଷାଙ୍କ ବିରୋଧରେ ସମସ୍ତ ଅଭିଯୋଗ ସମ୍ପର୍କରେ ବିସୃତ ଭାବରେ ସୂଚନା ଦେଇଥିଲେ ଅନୁଭବ । ଅଭିଯୋଗର ତଥ୍ୟ ମଧ୍ୟ କୋର୍ଟରେ ଦେଇଥିଲେ ଅନୁଭବଙ୍କ ଆଇନଜୀବୀ । ତେବେ ପୂର୍ବରୁ ଦିଲ୍ଲୀରୁ ଓଡିଶା ମାମଲା ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ ବର୍ଷା ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଛାଡପତ୍ର ଦେବା ଲାଗି ଆବେଦନ କରି ଦିଲ୍ଲୀ ପଟ୍ଟିଆଲା ହାଉସ କୋର୍ଟରେ ଆବେଦନ କରିଛନ୍ତି ଅନୁଭବ ମହାନ୍ତି । ମାମଲାକୁ ଗ୍ରହଣ କରି ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ଅନୁଭବଙ୍କ ଓକିଲ ଏହି ସୂଚନା ଦେଇଛନ୍ତି । ଅନୁଭବ ଦାୟର କରିଥିବା ୪୭ ପୃଷ୍ଠାର ପିଟିସନରେ ଅନୁଭବ, ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେି । ଶାରୀରିକ ସମ୍ପର୍କ ରଖିବାକୁ ବର୍ଷା ରାଜି ହେଉନଥିବା ସେ ପିଟିସନରେ ଉଲ୍ଲେଖ କରିଥିଲେ ।

ପିଟିସନରେ ସେ ଆହୁରି ଲେଖିଛନ୍ତି, ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖୁଥିବା ବର୍ଷାଙ୍କ ଅଭିଯୋଗ ମିଛ । ମିଥ୍ୟା କେଶରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ ବର୍ଷା । ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ସେ ବିଫଳ ହୋଇଛନ୍ତ ବୋଲି ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ । ସେପଟେ ବର୍ଷା ମଧ୍ୟ ଭରଣପୋଷଣ ପାଇଁ କଟକ ଏସଡିଜିଏମଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିବାଦ ପରେ ଅନୁଭବଙ୍କ ଘରେ ବର୍ଷାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜଣେ ପୁଲିସ କର୍ମଚାରୀ ବି ନିୟୋଜିତ ହୋଇଛନ୍ତି ।

ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଥିଲେ ବର୍ଷା । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା ।