କନକବ୍ୟୁରୋ: ବିଳମ୍ବରେ ଆସିବାରୁ ଜଣେ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ଧାର୍ଯ୍ୟ ସମୟର ୧୫ ମିନିଟ ବିଳମ୍ବରେ ଆସିଥିଲେ ବଡ଼ଦ୍ବାର ପ୍ରତିହାରୀ ଶିବଶଙ୍କର ମହାପାତ୍ର। ମନ୍ଦିର ପ୍ରଶାସନ ନୋଟିସ୍ ଜାରି କରି ଏହାର ଜବାବ ମାଗିଛି। କାହିଁକି ବିଳମ୍ବରେ ଆସିଲେ, ଏହାର ଉତ୍ତର ରଖିବାକୁ ପ୍ରତିହାରୀ ସେବାୟତ ଶିବଶଙ୍କର ମହାପାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ପ୍ରତିହାରୀ ନିଯୋଗ ପ୍ରଶାସନର କାର୍ୟ୍ୟାନୁଷ୍ଠାନକୁ ପ୍ରଶଂସା କରିଛି।