ଭାଇରାଲ ଅଡିଓ ପ୍ରସାରଣ ମାମଲାରେ ଘରୋଇ ଟିଭି ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନୋଟିସ : ସଂଧ୍ୟା ୫ଟା ସୁଦ୍ଧା ହାଜର ନହେଲେ କୋର୍ଟର ଦ୍ୱାରସ୍ଥ ହୋଇପାରେ ପୋଲିସ; ମାମଲାରେ ଗିରଫ ହୋଇସାରିଛନ୍ତି ୨ କର୍ମଚାରୀ

3,418

କନକ ବ୍ୟୁରୋ : ବିବାଦୀୟ ଭାଇରାଲ ଅଡିଓ ପ୍ରସାରଣ ପ୍ରସଙ୍ଗରେ ହାଜର ହେବାକୁ ଘରୋଇ ଟିଭି ଚ୍ୟାନେଲ କର୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନରେଟ ପୋଲିସ । ଆଜି ସନ୍ଧ୍ୟା ୫ଟା ସୁଦ୍ଧା କ୍ୟାପିଟାଲ ଥାନାରେ ହାଜର ହେବାକୁ ନୋଟିସରେ କୁହାଯାଇଛି । ସନ୍ଧ୍ୟା ସୁଦ୍ଧା ହାଜର ନହେଲେ ପୁଲିସ କୋର୍ଟର ଆଶ୍ରୟ ନେଇପାରେ । ଘରୋଇ ଟିଭି ଚ୍ୟାନେଲରେ ଏହି ଅଡିଓ ପ୍ରସାରଣ ନେଇ କମିଶନରେଟ ପୋଲିସ ଦୁଇଜଣଙ୍କୁ ଗିରଫ କରିସାରିଛିି । ଏମାନଙ୍କ ମଧ୍ୟରେ କେବୁଲ ନେଟୱର୍କ ସଂସ୍ଥା ଓରଟେଲ କମ୍ୟୁନିକେଶନର ଜଣେ କର୍ମଚାରୀ ଅଛନ୍ତି । ୨ ଜଣଙ୍କୁ ପଚରାଉଚରା ପରେ ପୁଲିସ କହିଥିଲା, ଭାଇରାଲ ଅଡିଓ କ୍ଲିପକୁ ତିଆରି କରାଯାଇଥିଲା ।

ଆଉ ତିଆରି କରିବା ପରେ ଏହାକୁ ଭାଇରାଲ କରାଯାଇଥିଲା । ପ୍ରସ୍ତୁତ କରି ଏଡିଟ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଥିଲା । ଏହି ଭାଇରାଲ ଅଡିଓ ଟେପ ପ୍ରସାରଣ ପରେ କରୋନା ନେଇ ମିଥ୍ୟା ଖବର ପ୍ରସାରଣ କରିବା ଅଭିଯୋଗରେ ସଂପୃକ୍ତ ଘରୋଇ ଚ୍ୟାନେଲ ବିରୋଧରେ ଶୁକ୍ରବାର ଦିନ ଥାନାରେ ଅଭିଯୋଗ କରିଥିଲା ବିଏମସି । ଏଥି ସହ ସେହି ଟିଭି ଚାନେଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଦିଆଯାଇଥିଲା ।