ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଜର ପାଇଁ ଓଟିଭି ଏମଡିଙ୍କୁ ନୋଟିସ । କାଲି ହାଜର ପାଇଁ କହିଲା କ୍ରାଇମବ୍ରାଂଚ : ମହିଳା କମିଶନଙ୍କ ନିକଟରେ ହାଜର ହୋଇସାରିଛନ୍ତି ଜାଗି ମଙ୍ଗତ ପଣ୍ଡା

285

କନକ ବ୍ୟୁରୋ : ଓଟିଭି ଏମଡ଼ିଙ୍କୁ କ୍ରାଇମବ୍ରାଂଚର ନୋଟିସ । ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପ୍ରସଙ୍ଗରେ ଓଟିଭି ଏମଡ଼ି ଜାଗୀ ପଣ୍ଡାଙ୍କୁ କ୍ରାଇମବ୍ରାଂଚର ନୋଟିସ ଜାରି କରିଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ କରାଯାଇଛି । ଭୁବନେଶ୍ୱର ସ୍ଥିତ କ୍ରାଇମବ୍ରାଂଚ ଅଫିସରେ ହାଜର ହେବାକୁ କୁହାଯାଇଛି  ।

ଦୁଇଦିନ ତଳେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦେଇଥିଲେ ରାଜ୍ୟ ସରକାର । ପୂର୍ବରୁ ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ ଜାଗୀ । କିନ୍ତୁ ସେ ଶୁଣାଣି ପୂର୍ବରୁ ଚାଲିଆସିଥିଲେ ।  ପରେ ହାଜର ପାଇଁ ନୋଟିସ ହୋଇଥିଲେ ବି ତାଙ୍କ ପ୍ରତିନିଧି କମିଶନରେ ହାଜର ହୋଇଥିଲେ । ଅଭିଯୋଗ ଅନୁସାରେ. ପୀଡିତାଙ୍କ ମା ତାଙ୍କ ନାବାଳିକ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ଏମଡିକୁ ଜଣାଇଥିଲେ ।

ସବୁ ଶୁଣିବା ପରେ ବି ଏମଡି କୌଣସି ପଦକ୍ଷେପ ନେଇନଥିଲେ । ତେଣୁ ପୀଡିତା ନାବାଳିକାଙ୍କ ମାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ  ଓଟିଭି ଏମଡିଙ୍କୁ ମହିଳା କମିଶନ ନୋଟିସ କରିଥିଲେ । ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ଏବେ  କ୍ରାଇମବ୍ରାଂଚ କରୁଛି । ଓଟିଭିର କିଛି କର୍ମଚାରୀଙ୍କୁ ପୁଲିସ ବି ଜେରା କରାଯାଇସାରିଛି ।